ଆନନ୍ଦପୁର : ବାର୍‌ହା ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ଆନନ୍ଦପୁର ଥାନା ଗୟଳମୁଣ୍ଡା ପଞ୍ଚାୟତ ଭାଲୁଘରା ଗ୍ରାମର ଛାକୁ ମାରାଣ୍ଡି (୪୨) ଓ ହୋଲାୟେ ହୋ (୪୦)।

ରବିବାର ଦିନ ସାଢ଼େ ଗୋଟାଏବେଳେ ଛାକୁ ବିଲକୁ ଯାଇଥିବାବେଳେ ତାଙ୍କୁ ଏକ ବାର୍‌ହା ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ନିକଟରେ ଗାଈ ଚରାଉଥିବା ହୋଲାୟେ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନା ପଠାଯାଇଛି।

The post ବାର୍‌ହା ଆକ୍ରମଣରେ ଦୁଇଜଣ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3I0PzGH