
ଭଞ୍ଜନଗର: ଆଜି ଥିଲା ପବିତ୍ର କାର୍ତ୍ତିକ ମାସର ଶେଷ ଦିନ । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ଗାଁ ଠାରୁ ସହର ଉତ୍ସବ ମୁଖର ହୋଇ ପଡିଥିଲା। ଧର୍ମିୟ ଭାବନ ସହ ଆଜିର ଦିନକୁ ଲୋକ ମାବନେ ଭୋର୍ ସକାଳ ସମୟରୁ ଉଠି ନଦୀରେ ବୋଇତ ଭସାଇବା ସହ ମନ୍ଦିର ବୁଲି କିର୍ତ୍ତନ କରି ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥିଲେ। ଚଳିତ ବର୍ଷ କରୋନା ମହାମାରୀକୁ ଦୃ୍ଷ୍ଟିରେ ରଖି ବୋଇତ ବନ୍ଦାଣ ଉତ୍ସବ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏହି ନିର୍ଦ୍ଦେଶନାମାର କୌଣସି ପ୍ରଭାବ ପଡିଥିବା ଦେଖିବାକୁ ମିଳିନଥିଲା।
ବିଭିନ୍ନ ଜଳାଶୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ବୋଇତ ବନ୍ଦାଣ କରିବା ସହ ଆକାମାବୈ ଗୀତ ଗାଇଥିଲେ। ଗାଁ ଠାରୁ ସହର ସବୁ ଦେବାଳୟ ଗୁଡ଼ିକରେ ଭୋର୍ ସମୟରୁ ହିଁ ଲୋକ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପ୍ରସାଦ ସେବନ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଗ୍ରାମ ଗୁଡ଼ିକରେ ଦଳ ଦଳ ହୋଇ ସଂକୀର୍ତ୍ତନ ଦଳ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା
The post କାର୍ତ୍ତିକ ପୂର୍ଣ୍ଣମୀ ନିମନ୍ତେ ଗାଁଠୁ ସହର ଉତ୍ସବ ମୁଖର first appeared on Sambad.
from ଜିଲ୍ଲା | Sambad https://ift.tt/2Z2SQDE
0 Comments