
କରଞ୍ଜିଆ : ଆନ୍ତଃରାଜ୍ୟ ବଜ୍ରକାପ୍ତା କାତି ରାକେଟ୍ରେ ସଂପୃକ୍ତ ୧୫ ଜଣଙ୍କୁ ଗିରଫ କରିଛି କରଞ୍ଜିଆ ବନ ବିଭାଗ। ଅଭିଯୁକ୍ତମାନଙ୍କ ମଧ୍ୟରେ କରଞ୍ଜିଆ ସହରର ଏକ ଦୁଇଚକିଆ ଗାଡ଼ି ସୋ ରୁମ୍ର ମାଲିକ, ମ୍ୟାନେଜରଙ୍କ ସମେତ ଝାଡ଼ଖଣ୍ଡ ରାଜ୍ୟରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ୯ ଜଣ, ଯାଜପୁର ଜିଲ୍ଲାରୁ ଜଣେ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଅଛନ୍ତି। ଚଢ଼ଉ ସମୟରେ ୧୫ଟି ବଜ୍ରକାପ୍ତା କାତି ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ କହିଛି।

ବଜ୍ରକାପ୍ତା କାତି ଚାଲାଣ ସଂପର୍କରେ କରଞ୍ଜିଆ ଥାନା ଆଇଆଇସି ରଞ୍ଜନ କୁମାର ସେଠୀ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇବା ପରେ ଗତକାଲି ରାତିରେ ବନ ବିଭାଗ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ଗାଡ଼ି ସୋରୁମ୍ର ଉପର ମହଲା ଘରେ କାତି ବିକ୍ରି ପାଇଁ ମୂଲଚାଲ ଚାଲିଥିବାବେଳେ ୧୫ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ।
The post ଲକ୍ଷାଧିକ ଟଙ୍କାର ବଜ୍ରକାପ୍ତା କାତି ଜବତ: ଗାଡ଼ି ସୋ ରୁମ୍ ମାଲିକ, ପରିଚାଳକଙ୍କ ସମେତ ୧୫ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3qQtNzi
0 Comments