ବାହାନଗା : ପରିବାର ପ୍ରତିପୋଷଣ କରିବାକୁ ଯାଇ ଦିଲ୍ଲୀରେ ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ବାଲେଶ୍ବର ଜିଲ୍ଲା ବାହାନାଗା ଅଞ୍ଚଳର ଜଣେ ଯୁବକ। ମୃତକ ହେଲେ ବାହାନଗା ବ୍ଲକ ସୋର ଥାନା ଇଚ୍ଛାପୁର ଗ୍ରାମର କମଳାକାନ୍ତ ମଳିକଙ୍କ ପୁଅ ନରେଶ ମଳିକ (୨୨)।

ସୂଚନା ଅନୁସାରେ, ନରେଶ ଦିଲ୍ଲୀରେ ଏକ ହୋଟେଲରେ ରହି କାର୍ଯ୍ୟ କରୁଥିଲେ। ଗତ ମଙ୍ଗଳବାର ଦିନ ସେ ନିଜ କାମ ସାରି ଦିଲ୍ଲୀସ୍ଥିତ ଭଡ଼ାଘରକୁ ଫେରୁଥିବା ବେଳେ କେତେକ ଅଜଣା ଆତତାୟୀ ତାଙ୍କୁ ଗୁଳି କରି ଫେରାର ହୋଇ ଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ପୂର୍ବରୁ ସଡ଼କ ଦୁର୍ଘଟଣାରେ ନରେଶଙ୍କ ବାପା ପ୍ରାଣ ହରାଇଥିଲେ। ଏବେ ନରେଶଙ୍କର ଅକାଳ ମୃତ୍ୟୁରେ ପରିବାରରେ କାନ୍ଦବୋବାଳି ପଡ଼ିଛି। ହତ୍ୟାକାଣ୍ଡର କାରଣ ସଂପର୍କରେ ଦିଲ୍ଲୀ ପୁଲିସ ଏଯାଏ କିଛି ସ୍ପଷ୍ଟ କରିନାହିଁ। ନରେଶଙ୍କ ମୃତଦେହ ଗାଁକୁ ଅଣାଯିବା ଲାଗି ଚେଷ୍ଟା ଚାଲିଛି।

The post ଦିଲ୍ଲୀରେ ଓଡ଼ିଆ ଯୁବକଙ୍କୁ ଗୁଳି କରି ହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/30LIcCe