
ବଲାଙ୍ଗୀର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବିଜେପି ଆନ୍ଦୋଳନକୁ ଜୋର୍ କରିଛି। ଶୁକ୍ରବାର ବଲାଙ୍ଗୀରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଥିଲା। ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ୱରେ କର୍ମୀମାନେ ଏସ୍ପି ଅଫିସ ସାମ୍ନାରୁ କଚେରି ଛକ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୋକେଇ ଶୋଭାଯାତ୍ରା କରିଥିଲେ। ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଥିଲେ।
ଶୋଭାଯାତ୍ରାରେ ଶତାଧିକ କର୍ମୀ ଏକାଠି ହୋଇ ନାରାବାଜି କରିଥିଲେ। ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ରଞ୍ଜିତା ପାଣିଗ୍ରାହୀ, ସଞ୍ଜୁ ନାୟକ, ସରିତା ଯୋଷୀ, ରଶ୍ମିରେଖା ଦାନୀ, ବାସନ୍ତୀ ଜେନା, ଅନସୂୟା ବାବୁ, ସସ୍ମିତା ବେହେରା, ସୌଦାମିନୀ ମିଶ୍ର, ଅନିତା ମିଶ୍ର, ଅଞ୍ଜନା ଭୋଇ, ସୁଲୋଚନା ମଲ୍ଲିକ, ଗାୟତ୍ରୀ ଦାସ, ନୀଳାଦ୍ରି ଖରସେଲ, ବର୍ଷା ବଗର୍ତ୍ତି, କୁମୁଦିନୀ ରଭା, ଭଗବତୀ ଧରୁଆ, ଦେବକୀ ତାଣ୍ଡି, ସବିତା ସରାଫ, ଚିତ୍ତ ମିଶ୍ର, ଦୀନେଶ ଶର୍ମା, ପୀତାମ୍ବର ଖାମାରୀ, ଅଜୟ ଶର୍ମା, ସନ୍ତୋଷ ସାହୁ, ଆଶିଷ ଦୋରା, ଧର୍ମେନ୍ଦ୍ର ଅଗ୍ରୱାଲ, ଦୟା ପାତ୍ର ପ୍ରମୁଖ ଉପସ୍ଥିତ ରହି ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ।
The post ମମିତାଙ୍କୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ମନ୍ତ୍ରୀଙ୍କ କୋକେଇ ଶୋଭାଯାତ୍ରା first appeared on Sambad.from ଜିଲ୍ଲା | Sambad https://ift.tt/3FOvt0r
0 Comments