ଦଶରଥପୁର: ଯାଜପୁର ଜିଲ୍ଲା  ଝୁମ୍ପୁରୀ ବିଟ୍‌ ହାଉସ୍‌ ତଥା ଦଶରଥପୁର ପଞ୍ଚାୟତର ତୁଳାଟିଆ ସାହିରେ ପୋଖରୀରେ ବୁଡ଼ିଯାଇ ଜଣେ ୩ ବର୍ଷୀୟା ଶିଶୁକନ୍ୟାର ଜୀବନଯାଇଛି। ମୃତ ଶିଶୁକନ୍ୟା ତୁଳାଟିଆ ସାହିର ଅଶୋକ ସାହୁଙ୍କ ଝିଅ ଦିବ୍ୟଲକ୍ଷ୍ମୀ। ଶୁକ୍ରବାର ପୂର୍ବାହ୍ନରେ ଦିବ୍ୟଲକ୍ଷ୍ମୀ ତାଙ୍କ ଘର ପଛପଟ ବାଡ଼ିରେ ଖେଳୁଥିବା ବେଳେ ନିକଟସ୍ଥ ପୋଖରୀ ଭିତରେ ଖସିପଡ଼ିଥିଲା।

ତାଙ୍କ ମାଆ ମମତା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଦିବ୍ୟଲକ୍ଷ୍ମୀର ପତ୍ତା ମିଳିନଥିଲା। ପରେ ଦିବ୍ୟଲକ୍ଷ୍ମୀର ମୃତଦେହ ପୋଖରୀରେ ଭାସୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପୋଖରୀରୁ ଉଦ୍ଧାର କରାଯାଇ ଶିଶୁକନ୍ୟାଟିକୁ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଝୁମ୍ପୁରୀ ବିଟ୍ ହାଉସ୍ ପୁଲିସ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

The post ପୋଖରୀରେ ବୁଡ଼ି ଶିଶୁକନ୍ୟାର ଜୀବନ ଗଲା first appeared on Sambad.

from ଜିଲ୍ଲା | Sambad https://ift.tt/3nUr71G