
ଯୋଡ଼ା: ଚୋରାରେ ଲୁହା ପଥର ନେଉଥିବାବେଳେ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ପୁଲିସ ଏବଂ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୁଧବାର ରାତିରେ ପଳଶାଘାଟିରୁ ଦୁଇଟି ଲୁହାପଥର ବୋଝେଇ ଟ୍ରକ୍ ଜବତ କରିବା ସହ ଦୁଇଜଣକୁ ଗିରଫ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଝୁମ୍ପୁରାର ଏମ୍ଡି ନୌସାଦ ଏବଂ ଝାଡ଼ଖଣ୍ଡ ଜାମସେଦପୁରର ଏମ୍ଡି ସଲିମ ଅନସାରି।
ଜେଏଚ୍-୦୫-ଏକେ- ୫୪୯୯ ଏବଂ ଓଡି-୧୧-ଏ-୧୦୧୯ ନଂ. ବିଶିଷ୍ଟ ଦୁଇଟି ଟ୍ରକରେ ଲୁହାପଥର ବୋଝେଇ କରାଯାଇ ସୁନ୍ଦରଗଡ଼ ଜିଲ୍ଲାରୁ ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳକୁ ଯାଉଥିଲା। ପଳଶାଘାଟି ରାସ୍ତାରେ ଦୁଇ ଟ୍ରକ୍କୁ ଅଟକାଯାଇ କାଗଜପତ୍ର ଯାଞ୍ଚ କରିବା ବେଳେ ନକଲି ଟ୍ରାନ୍ଜିଟ ପାସ୍ ଲୁହାପଥର ପରିବହନ ହେଉଥିବା ଜଣାପଡ଼ିଥିଲା। ପୁଲିସ ଉଭୟ ଟ୍ରକ୍କୁ ଜବତ କରିଥିଲା। ଦୁଇଟି ଟ୍ରକ୍ରେ ୮୦ ମେଟ୍ରିକ୍ ଟନ୍ ଲୁହାପଥର ବୋଝେଇ ହୋଇଥିଲା। ଯାହାର ବଜାର ମୂଲ୍ୟ ପାଖାପାଖି ୯.୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏନେଇ ବାମେବାରୀ ଥାନାରେ ନଂ. ୧୬୪/୨୧ରେ ଏକ ମାମଲା ରୁଜୁ ହୋଇଛି ବୋଲି ଟାସ୍କଫୋର୍ସର ସବ୍ଇନ୍ସପେକ୍ଟର ବିଶ୍ୱଜିତ ବେହେରା ସୂଚନା ଦେଇଛନ୍ତି।
The post ଚୋରାରେ ନେଉଥିଲେ ଲୁହାପଥର, ୨ ଟ୍ରକ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3nOTFK2
0 Comments