ନିମାପଡ଼ା: ଚଳିତବର୍ଷ ବାଣ ଫୁଟାଇବା ଉପରେ ସରକାର କଟକଣା ଲଗାଇବା ଫଳରେ ଦୀପର ଚାହିଦା ବଢ଼ିଛି। ପୂର୍ବରୁ ସାଧାରଣ ମାଟି ଦୀପ ଦୀପାବଳୀ ସମୟରେ ବିକ୍ରି ହେଉଥିଲା। ଚଳିତ ବର୍ଷ ବିଭିନ୍ନ ଡିଜାଇନର ମାଟି ଦୀପର ପସରା ମେଲିଛି। ଦୀପାବଳି ଆମ ପରମ୍ପରା ସଂସ୍କୃତିର ବଡ଼ ପର୍ବ ଅଟେ। ଚଳିତ ବର୍ଷ ଳୋକମାନେ ପରମ୍ପରାକୁ ମାନିଚଳୁଥିବା ବେଳେ ବାଣଫୁଟାକୁ ବନ୍ଦ କରିଛନ୍ତି। କଟକଣା ଯୋଗୁ ବାଣ ଦୋକାନ ଖୋଲିପାରି ନାହିଁ। ପୁଲିସମଧ୍ୟ ସ୍ଥାନୀୟ ଅଞ୍ଚଳରେ ବାଣ ଦୋକାନ ଖୋଲିବାକୁ କାହାକୁ ଅନୁମତି ପ୍ରଦାନ କରିନାହିଁଛି। ବେଆଇନ ଭାବେ ବାଣ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ସରକାର ସବୁଜ ବାଣ ବିକ୍ରି ଏବଂ ଫୁଟାଇବାକୁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଲୋକେ ଏବଂ ବାଣ ବ୍ୟବସାୟୀମାନେ ସବୁଜ ବାଣ ସମ୍ପର୍କରେ ବିଶେଷ ଅବଗତ ନାହାନ୍ତି। ତେଣୁ ଦୀପ ଜାଳି ଦୀପାବଳି ପାଳିବାକୁ ଲୋକେ ଏ‌ଥର ଆଗ୍ରହ ଦେଖାଇଛନ୍ତି।

The post ବାଣ ଫୁଟା ବନ୍ଦ, ବଢ଼ିଲା ଦୀପର ଚାହିଦା first appeared on Sambad.

from ଜିଲ୍ଲା | Sambad https://ift.tt/3nXCuVm