କଟକ : ଗୁଣାତ୍ମକ ଶିକ୍ଷା ସବୁବେଳେ ଗବେଷଣା ଭିତ୍ତିକ ଶିକ୍ଷା ଉପରେ ନିର୍ଭର କରିଥାଏ। ଗବେଷଣା କରିବାକୁ ହେଲେ ଡାକ୍ତରମାନଙ୍କୁ ଲୋକଙ୍କ ସହିତ ମିଶିବାକୁ ହୁଏ। ରୋଗୀ ସହିତ ଉତ୍ତମ ବ୍ୟବହାର ଓ ଶ୍ରେଷ୍ଠ ଚିକିତ୍ସା ସୁବିଧା ଯୋଗାଇବା ଜଣେ ଡାକ୍ତର କର୍ତ୍ତବ୍ୟ। ତେବେ ଚିକିତ୍ସା ଯୋଗାଇବା ବେଳେ ନୈତିକତାର ଶପଥ ଓ ମାନବିକ ମୂଲ୍ୟବୋଧକୁ ଜଣେ ଡାକ୍ତର କେବେ ବି ଭୁଲିବା ଉଚିତ୍‌ ନୁହେଁ। ଏଲୋପାଥି ସହିତ ଆୟୁର୍ବେଦ ଓ ହୋମିଓପାଥିର ମଧ୍ୟ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସମପରିମାଣର ଅବଦାନ ରହିଛି। ତେଣୁ ଗବେଷଣା କରିବା ବେଳେ ଏ ତିନୋଟି ପ୍ରକାରର ଚିକିତ୍ସା ବ୍ୟବସ୍ଥାକୁ ଏକାଠି କରି ପରିଣାମ ବାହାର କରିବା ଆବଶ୍ୟକ। ଅଧିକ ଜ୍ଞାନ ଆହରଣ କରିବା ପ୍ରତ୍ୟେକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ହେବା ଉଚିତ୍‌ ବୋଲି ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ପ୍ଲାଟିନମ୍‌ ଜୁବୁଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ଶିକ୍ଷାବତ୍‌ମାନେ ମତପ୍ରକାଶ କରିଛନ୍ତି।

ମେଡିକାଲ୍‌ କଲେଜ ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତାଙ୍କ ସଭାପତିତ୍ବରେ ‘୭୫ରେ ୭୫ ଅନ୍ତର୍ଭୁକ୍ତ ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଆଇଏମ୍‌ଏସ୍‌ ଓ ସମ୍‌ ହସ୍‌ପିଟାଲ୍‌ର କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, କିମ୍ସ ପ୍ରୋ-ଚାନ୍ସେଲର ପ୍ରଫେସର ଡାକ୍ତର ସୁବ୍ରତ କୁମାର ଆଚାର୍ଯ୍ୟ, ଜାତୀୟ ଆଇନ୍‌ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବେଦ କୁମାରୀ ଯୋଗଦେଇ ଡାକ୍ତର ମାନଙ୍କୁ ସଫଳ ଡାକ୍ତର ହେବା ସହିତ ଲୋକାଭିମୁଖୀ ସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି।

The post ଏସ୍‌ସିବି ‘୭୫ରେ ୭୫ କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌ଙ୍କ ପରାମର୍ଶ: ସଫଳ ଡାକ୍ତର ସହିତ ଲୋକାଭିମୁଖୀ ସେବା ଯୋଗାଅ first appeared on Sambad.

from ଜିଲ୍ଲା | Sambad https://ift.tt/3nAOZHt