
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ପୁଣିଥରେ ଦୈନିକ ସଂକ୍ରମଣ ଉପର ମୁହାଁ ହେବା ସହ ୩ୟ ଲହରର ଆଭାସ ଦେଇଛି। ଲଗାତାର୍ ଭାବେ ଜିଲ୍ଲାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହଠାତ୍ ଏହା ୫୦ ପାର୍ କରିଛି। ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଅନୁଯାୟୀ ସାରା ରାଜ୍ୟରେ ଖୋର୍ଦ୍ଧା ପରେ ସମ୍ବଲପୁର ଦ୍ବିତୀୟ ସ୍ଥାନରେ ରହିଛି। ସମ୍ବଲପୁର ଜିଲ୍ଲା ବୁର୍ଲା ଭିମ୍ସାର୍ରୁ କେବଳ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଗୁରୁବାର ମୋଟ ଉପରେ ଜିଲ୍ଲାରେ ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୫୧ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୯୪୪କୁ ବୃଦ୍ଧି ପାଇଛି।
ତେବେ ଗୁରୁବାର ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ସମ୍ବଲପୁର ମହାନଗର ନିଗମ(ଏସ୍ଏମ୍ସି) ଅଧୀନ ଅଞ୍ଚଳରୁ ଅଟନ୍ତି। ଭିମ୍ସାର୍ର ୪୧ ସଂକ୍ରମିତଙ୍କ ଛାଡ଼ି ଧନକଉଡ଼ାରୁ ୩ ଜଣ ଏବଂ ଫାର୍ମ ରୋଡ୍, ଦେହେରିପାଲି, ସିଏସ୍ କଲୋନି, ଦୁର୍ଗାପାଲି, ମୁଦିପଡ଼ା, ଜିଲ୍ଲା ସ୍କୁଲ ଛକ ଓ ଆର୍ପି ଲାଇନ୍ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
The post ଦୈନିକ ସଂକ୍ରମଣ ଚିହ୍ନଟରେ ସମ୍ବଲପୁର ରାଜ୍ୟରେ ଦ୍ୱିତୀୟ, ଚିହ୍ନଟ ହେଲେ ଆଉ ୫୧ ସଂକ୍ରମିତ first appeared on Sambad.from ଜିଲ୍ଲା | Sambad https://ift.tt/3l5WpRy
0 Comments