
ଭବାନୀପାଟଣା: କଳାହାଣ୍ଡି ଓବିସି ମୋର୍ଚ୍ଚା ଗୁରୁବାର ଜେଲ୍ଭୋର ଆନ୍ଦୋଳନ କରିଛି। ଉକ୍ତ ଜାତି ଆଧାରିତ ଜନଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ଏଥି ସହ ୩ କୃଷି କଳା ଆଇନ ପ୍ରତ୍ୟାହାର, ଇଭିଏମ୍କୁ ବିରୋଧ କରିଛି। ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଭାପତି ତୁଳମଣି ନାଗ ଓ ସମ୍ପାଦକ ଆଦିତ୍ୟ ହଂସ ଯାଦବଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି।
ଭବାନୀପାଟଣା ନକଟିଗୁଡ଼ା ଛକରୁ ମୋର୍ଚ୍ଚାର ରାଲି ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ଦିଆଯାଇଛି। ଆନ୍ଦୋଳନକାରୀଙ୍କ ମଧ୍ୟରୁ ପୁଲିସ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବ, ସୁରେଶ ଚନ୍ଦନ, ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ରିଷିସୂଦନ ଛତ୍ରପାଳ, ମହେନ୍ଦ୍ର ଧଙ୍ଗଡ଼ାମାଝୀ, ମେହେବୁବ ରଜାକ୍, କୀର୍ତ୍ତିଚନ୍ଦ୍ର ଗଉଡ଼, ଠାକୁ ମଙ୍ଗରାଜ, ଗୋପାଳ ଧଙ୍ଗଡ଼ାମାଝୀ, ବିବେକାନନ୍ଦ ସୁନାନୀ, ବଟକୃଷ୍ଣ ନାଏକ, ପାର୍ଥବ ବାଗ, ନିରଞ୍ଜନ ନାଏକ, ମହିଳା ସଭାନେତ୍ରୀ କମଳିନୀ ଯାଦବ, କବିତା ଗଉଡ଼, କୁନ୍ତୀ ଗଉଡ଼, ସୀତା ଗଉଡ଼, ସୁଖିତା ଚନ୍ଦନ, ରାଇଫୁଲ ମାଝୀଙ୍କୁ ପୁଲିସ ୧୫୧ ପ୍ରିଭେଣ୍ଟିଭ୍ ଆରେଷ୍ଟ କରି ପିଆର୍ ବଣ୍ଡରେ ଛାଡ଼ିଦେଇଛି। ଏହି ଜେଲ୍ ଭରୋ ଆନ୍ଦୋଳନକୁ ବହୁଜନ କ୍ରାନ୍ତି ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା, ବେରୋଜଗାର ମୋର୍ଚ୍ଚା, ବିଦ୍ୟାର୍ଥୀ ମୋର୍ଚ୍ଚା, ଆଦିବାସୀ ଏକତା ପରିଷଦ ସମେତ ବିଭିନ୍ନ ସଙ୍ଗଠନ ସହଯୋଗ କରିଥିଲେ।
The post ଓବିସି ମୋର୍ଚ୍ଚାର ଜେଲ୍ ଭରୋ ଆନ୍ଦୋଳନ first appeared on Sambad.from ଜିଲ୍ଲା | Sambad https://ift.tt/3nQ5cIN
0 Comments