
କଲମପୁର: ସିଏଚ୍ସିରେ ଡାକ୍ତର ଓ ସହଯୋଗୀଙ୍କ ଅଭାବ, ଅନ୍ୟାନ୍ୟ ସମସ୍ୟାକୁ ନେଇ କଲମପୁର କଂଗ୍ରେସ ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ଗୁରୁବାର ଠାରୁ ଧାରଣା ଦିଆଯାଇଛି। ୩୨ ଶଯ୍ୟା ବ୍ୟବସ୍ଥା, କଲମପୁରରେ ଶବ ବ୍ୟବଚ୍ଛେଦ କରିବା, ମିନଗୁରରେ ପିଏଚ୍ସି ସ୍ଥାପନ, ବନ୍ଧକନା ପିଏଚ୍ସିରେ ସ୍ଥାୟୀ ଡାକ୍ତର ନିଯୁକ୍ତି, କଲମପୁରରେ ବିଶେଷଜ୍ଞ ଓ କର୍ମଚାରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ, ଟେକ୍ନିସିଆନ୍ ନିଯୁକ୍ତି ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କୁହାଯାଇଛି।
ଆଗାମୀ ଦିନରେ ସରକାର ନଶୁଣିଲେ ରାସ୍ତାରୋକ ସହ ଆମରଣ ଅନଶନ କରାଯିବ ବୋଲି ଦଳ ଚେତାବନୀ ଦେଇଛି। କଂଗ୍ରେସର ବରିଷ୍ଠ ନେତା ବପିନ ପ୍ରଧାନୀ, ଯୁବ କଂଗ୍ରେସ ପ୍ରବକ୍ତା ବେଣୁପାଣି ଦୁର୍ଗା, ଜିଲ୍ଲା ସାଧାରଣ ସମ୍ପାଦକ ଗଣେଶ ନାଗ, ରାଜେଶ ବଗର୍ତ୍ତି ବେଣୁଧର ରଣା, ଜଗନ୍ନାଥ ନାୟକ, ଦୁଃଖୀରାମ ମାଝୀ, ସୁଶାନ୍ତ ବିହାରୀ, ପଦ୍ମ କିଶୋର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
The post ସିଏଚ୍ସି ସମସ୍ୟା ନେଇ କଂଗ୍ରେସର ଧାରଣା first appeared on Sambad.from ଜିଲ୍ଲା | Sambad https://ift.tt/30ZqXxn
0 Comments