
ଧର୍ମଗଡ଼: ଧର୍ମଗଡ଼ ଉପଖଣ୍ଡର ତାରାପୁର ଓ ରଣମାଲ ମଣ୍ଡି ଗୁରୁବାର ଉଦ୍ଘାଟିତ ହୋଇଛି। ତାରାପୁର ମଣ୍ଡିରେ ମା’ ଠାକୁରାଣୀ ଏସ୍ଏଚ୍ଜି ଧାନ କିଣା ଦାୟିତ୍ବ ନେଇଛି। ଏହି ମଣ୍ଡିରେ ମୋଟ୍ ୪୫୫ ଚାଷୀ ପଞ୍ଜୀକରଣ କରିଛନ୍ତି। ଗୁରୁବାର ଟୋକନ୍ ପାଇଥିବା ଦୀପକ ସାହୁ ୭୫ କ୍ବିଣ୍ଟାଲ, ରମଣୀ ସାହୁ ୭୫ କ୍ବିଣ୍ଟାଲ, ବାବୁଲାଲ ଶବର ୭୫ କ୍ବିଣ୍ଟାଲ ମୋଟ ୩ ଚାଷୀଙ୍କ ୨୨୫ କ୍ବିଣ୍ଟାଲ ଧାନ ମା’ ଠାକୁରାଣୀ ଏସ୍ଏଚ୍ଜି କିଣିଛି। ଧର୍ମଗଡ଼ ବ୍ଲକ୍ରେ ପ୍ରାୟ ୫୩୩୦ ଚାଷୀଙ୍କ ନାମ ୧୨ଟି ମଣ୍ଡିରେ ପଞ୍ଜୀକରଣ ହୋଇଥିବା ଯୋଗାଣ ବିଭାଗ ପକ୍ଷରୁ କହାଯାଇଛି। ମଣ୍ଡି ଆରମ୍ଭ ପ୍ରଥମ ଦିନରୁ ଚାଷୀମାନେ ସେମାନଙ୍କ ସମସ୍ୟା ବଖାଣି ଥିଲେ।
ଉଦ୍ଘାଟିତ ମଣ୍ଡିରେ ଜଣେ ମିଲରଙ୍କୁ ନିଯୁକ୍ତ ଦିଆଯାଇଛି। ଅନ୍ୟ ମଣ୍ଡି ପାଇଁ ଜିଲ୍ଲା ପ୍ରଶାସନ ଓ ମିଲର୍ସଙ୍କ ମଧ୍ୟରେ ବୈଠକ ହୋଇନାହିଁ। ମିଲର୍ସଙ୍କୁ ଦାୟିତ୍ୱ ଦିଆଯାଇ ନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏହି ତାରାପୁର ମଣ୍ଡିରେ ଆବଶ୍ୟକତା ଅନୁସାରେ ପିଣ୍ଡି ଓ ଛାତର ଅଭାବ ରହିଛି। ବିଗତ ବର୍ଷମାନଙ୍କ ଭଳି ଏ ବର୍ଷ ବି ଚାଷୀଙ୍କୁ ଧାନ ବସ୍ତା ଦିଆଯାଇନଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ମଣ୍ଡି ପ୍ରକ୍ରିୟା ଆରମ୍ଭ ନେଇ ଯୋଗାଣ ବିଭାଗ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆ ଯାଇନଥିଲା। ମଣ୍ଡିରେ ଲାଗି ରହିଥିବା ସମସ୍ୟା ପଦାରେ ପଡ଼ିଯିବା ଭୟ ନା ଅନ୍ୟ କୌଣସି କାରଣ ପାଇଁ ବିଭାଗ କାର୍ଯ୍ୟକ୍ରମରୁ ଦୂରେଇ ରଖିଲା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ମଣ୍ଡିମାନଙ୍କରେ ମିଲର୍ସ ଗ୍ୟାଗ୍ କରାଯାଇ ମଣ୍ଡି ଚାଲିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
The post ତାରାପୁର ମଣ୍ଡିରେ ୩ ଚାଷୀ ୨୨୫ କ୍ବିଣ୍ଟାଲ ଧାନ ବିକିଲେ first appeared on Sambad.from ଜିଲ୍ଲା | Sambad https://ift.tt/3HRqhKZ
0 Comments