
ବରୀ/ବିଂଝାରପୁର : ବରୀ ବ୍ଲକ ଉଦୟନାଥପୁର ପଞ୍ଚାୟତର କହରାଗଣ୍ଡ ଗ୍ରାମର ଯୁବକ ସୌମ୍ୟରଂଜନ ମଲ୍ଲିକ (୨୨) ଙ୍କୁ ଗତ ବୁଧବାର ଦିନ ନଦୀରେ ମାଛ ଧରୁଥିବା ବେଳେ କୁମ୍ଭୀର ଟାଣି ନେଇଥିଲା। ତିନିଦିନ ପରେ ଶୁକ୍ରବାର ଦିନ ତାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ନିଖୋଜ ହୋଇଥିବା ନଦୀ ଛନ୍ଦାଠାରୁ ପ୍ରାୟ ୩/୪ କିମି ଦୂର ଡିହବାରିଂ ନିକଟରୁ ଉଦ୍ଧାର କରାଯାଇଛି।
ଶୁକ୍ରବାର ଦିନ ନଦୀରେ ଶବଟି ଭାସିଭାସି ଯାଉଥିବାବେଳେ ଲୋକଙ୍କ ନଜରକୁ ଆସିଥିଲା। ଲୋକମାନେ ଖବରଦେବା ସାଙ୍ଗକୁ ପରିବାର ପକ୍ଷରୁ ମଧ୍ୟ ଖୋଜାଖୋଜି କରାଯାଉଥିଲା। ଶବ ଉଦ୍ଧାର ପରେ ବିଂଝାରପୁର ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷରେ ଉଦ୍ଧାର ସୌମ୍ୟଙ୍କ ମୃତଦେହରେ ସେପରି କୌଣସି କ୍ଷତଚିହ୍ନ ନଥିବାରୁ କୁମ୍ଭୀର ଟାଣିନେଇଯିବା କଥାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
The post କୁମ୍ଭୀର ଟାଣିନେଇଥିବା ଯୁବକଙ୍କ ଶବ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3GYsaoH
0 Comments