ରାଉରକେଲା: ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ପୁଣି ଜଣେ ଗଞ୍ଜେଇ ବେପାରିକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ସେକ୍ଟର-୬ ବିବେକାନନ୍ଦପଲ୍ଲୀର ଶେଖ୍‌ ଲାଲଟୁ(୩୩)। ଅଭିଯୁକ୍ତଠାରୁ ୩୦.୦୯୦ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୧ ହଜାର ୬୩୦ ଟଙ୍କା ହେବ। ଏହାସହ ପୁଲିସ ଗୋଟିଏ ସ୍କୁଟି(ଓଆର-୧୪-ଏଲ-୨୭୩୭) ଜବତ କରିବାସହ ୨ଟି ଟ୍ରଲି ବ୍ୟାଗ୍‌, ଗୋଟିଏ ଏୟାର୍‌ ବ୍ୟାଗ୍‌ ଜବତ କରିଛି।

ପ୍ରକାଶଥାଉକି, ଗତ ୩ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା। ଅଭିଯୁକ୍ତ ଲାଲଟୁ ବ୍ୟାଗ୍‌ରେ ଭର୍ତ୍ତି ଗଞ୍ଜେଇ ଧରି ଚାଲାଣ କରିବାକୁ ଉଦ୍ୟମ କରୁଥିଲା। ଏନେଇ ଗୁପ୍ତ ସୂଚନା ପାଇ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ତାକୁ କାବୁ କରିବାକୁ ଜାଲ ବିଛାଇଥିଲା। ପରେ ଅଭିଯୁକ୍ତକୁ ସ୍ଥାନୀୟ ରେଲୱେ କଲୋନି ସ୍ଥିତ ରେଲୱେ ଓଭରବ୍ରିଜ୍‌ ପାଖରେ ଗିରଫ କରିଥିଲା। ତେବେ ଅଭିଯୁକ୍ତ ନିର୍ଦ୍ଦିଷ୍ଟ କେଉଁ ଜାଗାକୁ ଏତେ ପରିମାଣର ଗଞ୍ଜେଇ ନେଇଯାଉଥିଲା ତାହା ଜଣାପଡ଼ିଛି।

The post ୩୦ କେଜି ଗଞ୍ଜେଇ ଜବତ: ୧ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/31C8HtV