ମାଲକାନଗିରି: ବେଆଇନ ଗଞ୍ଜେଇ ଚାଷକୁ ରୋକ ଲଗାଇବାରେ ପୁଲିସ ଏବଂ ଅବକାରୀ ବିଭାଗ ସଫଳତା ହାସଲ କରି ଚାଲିଛି। ମାଲକାନଗିରି ପୁଲିସ ଏବଂ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଘନଘନ ଚଢଉ କରାଯାଇ ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଛି। ବିଶେଷକରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ପ୍ରବଳ ଗଞ୍ଜେଇ ଚାଷ ହେଉଥିବାରୁ ପୁଲିସ ଏବଂ ଅବକାରୀ ବିଭାଗକୁ ନାକେଦମ କରିଛନ୍ତି ମାଫିଆ। ତେବେ ଏବେ ଅମଳର ସମୟ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢଉ କରି ଗଞ୍ଜେଇ ଗଛକୁ ଉପାଡି ନଷ୍ଟ କରିବା ଆରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ଥାନା ଅଞ୍ଚଳର ଗୁଣ୍ଠାଵାଡା ପଞ୍ଚାୟତ ଅନ୍ତର୍ଗତ ରାମପୁର ଏବଂ ହରିପୁର ଗ୍ରାମରେ ୪୫ ଏକର ସରକାରୀ ଜମିରେ ଲଗାଯାଇଥିବା ୬୭ ହଜାର ୫ ଶହ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଆଗାମୀ ଦିନରେ ମଧ୍ୟ ବେଆଇନ ଭାବେ ଆରମ୍ଭ କରାଯାଇଥିବା ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରାଯିବ ବୋଲି କୁହାଯାଇଛି।

The post ୪୫ ଏକର ଜମିରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ first appeared on Sambad.

from ଜିଲ୍ଲା | Sambad https://ift.tt/3D3jUAG