ବଲାଙ୍ଗୀର : ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ, ଏଆଇଏମ୍‌ଏସ୍‌ଏସ୍ ପାଟଣାଗଡ଼ ଉପଖଣ୍ଡ ଶାଖା ତରଫରୁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସମେତ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରିବା ସହିତ ଫାଷ୍ଟ୍‌ଟ୍ରାକ୍‌ କୋର୍ଟରେ ବିଚାର କରି କଠୋରରୁ କଠୋର ଦଣ୍ଡ ଦେବା ଦାବି କରାଯାଇଛି।

ପାଟଣାଗଡ଼ ହନୁମାନ ମନ୍ଦିରରୁ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଏଆଇଡିଏସ୍‌ଓ ସର୍ବଭାରତୀୟ ଉପସଭାପତି ଅଶୋକ ମିଶ୍ର, ଏଆଇଏମ୍‌ଏମ୍‌ଏସ୍ ଓଡ଼ିଶା ରାଜ୍ୟ ସଂପାଦକ ମଣ୍ଡଳି ସଦସ୍ୟା ମନ୍ଦୋଦରୀ ରାଉଳ ଏବଂ ଏସ୍‌ୟୁସିଆଇ ଜିଲ୍ଲା ସଂପାଦକ ସୁନୀଳ ଭୋଇ, ଏଆଇଡିୱାଇଓ ପାଟଣାଗଡ଼ ଆବାହକ ତାମସ ବେହେରା, ଜିଲ୍ଲା ସଂପାଦକ ମଧୁସୂଦନ ବାଗ, ରାଜେନ୍ଦ୍ର ରଣା, ଶିବ ସାହୁ, ଅହଲ୍ୟା ସାହୁ, ବିକାଶ ଜେନା ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।

The post ମମିତା ମେହେରଙ୍କୁ ନ୍ୟାୟ ଦାବିରେ ପାଟଣାଗଡ଼ରେ ଶୋଭାଯାତ୍ରା first appeared on Sambad.

from ଜିଲ୍ଲା | Sambad https://ift.tt/2ZYZAm2