
ଘଟଗାଁ : ମା’ ତାରିଣୀ ମନ୍ଦିରର ହୁଣ୍ଡି ଗଣତି କାର୍ଯ୍ୟ ଅନୁଷ୍ଠିତ ହୋଇଛି। ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ମନ୍ଦିର ପରିଚାଳନା ବୋର୍ଡ ସଦସ୍ୟ ଦୟାନିଧି ମହନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ କୁମାର ମହାନ୍ତି, ପୁଲିସ କର୍ମଚାରୀ ଅଶୋକ ରାଉତଙ୍କ ଉପସ୍ଥିତରେ ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୯ଟି ହୁଣ୍ଡି ଖୋଲା ଯାଇଥିଲା।
ମନ୍ଦିର କର୍ମଚାରୀ ଅକ୍ଷୟ କୁମାର ବେହେରା, ଅବନୀ ଜେନା, ହରେକୃଷ୍ଣ ପଲେଇ, ଶରତ ବେହେରା, ମହେଶ୍ୱର ସାହୁ, ମହେଶ୍ୱର ଦେହୁରୀ, ରଞ୍ଜନ କୁମାର ସାହୁ, ଗଗନ ବଳ, ନବୀନ ମହନ୍ତ, ଦେବଦତ୍ତ ବଳ, ଚନ୍ଦ୍ରା ମୁଖୀ, ନାରାୟଣ ମୁଖୀ, ପ୍ରାଣବନ୍ଧୁ ସରାଡ଼ିଆ, ସନାତନ ନାଏକ, ଚକ୍ରଧର ନାଏକ, ଅରୁଣ ନାଏକ, ଶ୍ରୀକାନ୍ତ ଦେହୁରୀ, ଶଙ୍କର୍ଷଣ ନାଏକ, ହରିହର ମହନ୍ତ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ମଚାରୀ ଦିବ୍ୟଲୋଚନ ମହାନ୍ତ, ସିପୁନ ସାହୁ ଓ ମନ୍ଦିର ସୁରକ୍ଷାକର୍ମୀ ହୁଣ୍ଡି ଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସମସ୍ତ ହୁଣ୍ଡିରୁ ୧୫ ଲକ୍ଷ ୫୨ ହଜାର ୬୨୭ ଟଙ୍କା, ୫୪ ଗ୍ରାମ ୧୬୦ ମିଲିଗ୍ରାମ ସୁନା ଓ ୩୪୩ ଗ୍ରାମ ୯୩୦ ମିଲିଗ୍ରାମ ରୁପା ମିଳିଥିଲା।
The post ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୧୫.୫୨ ଲକ୍ଷ first appeared on Sambad.from ଜିଲ୍ଲା | Sambad https://ift.tt/3nXNqCs
0 Comments