
ଲାଞ୍ଜିଗଡ଼: ପୋଖରୀବନ୍ଧ-ଭବାନୀପାଟଣା ୬ନଂ ରାଜ୍ୟ ରାଜପଥର ସିକେରକୁପା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଥିବା ଜୀବନ କରଙ୍କ ଘର ଉପରକୁ ଟ୍ରକ୍ ମାଡ଼ିଯାଇ ଥିଲା। ଘର ଭିତରେ ଥିବା ସ୍ୱାମୀ-ସ୍ତ୍ରୀ ଶବ୍ଦ ଶୁଣି ଜୀବନ ବିକଳରେ ଘରୁ ବାହାରି ଆସିଥିଲେ। ଜୀବନଙ୍କ ଘର ନଷ୍ଟ ହୋଇଯାଇଥିଲା। କ୍ଷତିପୂରଣ ପ୍ରଦାନ ଦାବିରେ ପରିବାର ଲୋକେ ଓ ସିକେରକୁପା ଗ୍ରାମବାସୀ ବୁଧବାର ପୂର୍ବାହ୍ନ ୧୧ ଟାରୁ ରାସ୍ତାରୋକ କରିଥିଲେ। ଅନେକ ସମୟ ଧରି ପୋଖରୀବନ୍ଧ-ଭବାନୀପାଟଣା ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାପରେ କେସିଙ୍ଗା ଏସ୍ଡିପିଓ ଏସ୍. ସୁଶ୍ରୀ, ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ନର୍ଲା ଥାନାଧିକାରୀ ରେଣୁକା ସୁନା, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁଙ୍କ ନେତୃତ୍ବରେ ପୁଲିସ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହୋଇଥିଲେ। ପରେ କ୍ଷତିଗ୍ରସ୍ତ ପରିବାର ଓ ଟ୍ରକ୍ ମାଲିକ ମଧ୍ୟରେ ଆଲୋଚନା ଓ ପ୍ରଶାସନର ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା।
The post ଘର ଉପରକୁ ଦ୍ରୁତଗାମୀ ଟ୍ରକ୍ ମାଡ଼ିଯିବା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ first appeared on Sambad.from ଜିଲ୍ଲା | Sambad https://ift.tt/3nTMwqw
0 Comments