ଚିଲିଗୁଡ଼ା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ଚିଲିଗୁଡ଼ା ଫାଣ୍ଡି ଘେରାଉ ହୋଇଛି। ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲା ସମ୍ପାଦକ ସତ୍ୟରଞ୍ଜନ ବେହେରା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି କାଳୀପ୍ରସାଦ ରାୟଗୁରୁ, ଅଜୟ ପାଣିଗ୍ରାହୀ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋଜ ମେହେର, ଜୁନାଗଡ଼ ନଗର ପ୍ରଭାରୀ ଲକ୍ଷ୍ମୀ ବାଣୁଆ, ଜୋନ୍‌ ସଭାପତି କହ୍ନେଇ ପାଣ୍ଡେ, ସମ୍ପାଦକ ଅନାମ ମଙ୍ଗରାଜ, ସାଧାରଣ ସମ୍ପାଦକ ଅଂଶୁମାନ ଯୋଶୀ, ପ୍ରମୋଦ ବେହେରା, ଅଦଲ ନିଆଲ ଓ ଗଜାନନ ଲହଜଲ ପ୍ରମୁଖ ଉପସ୍ଥିତ ଥିଲେ। ଦିନ ୨ଟା ପରେ ଫାଣ୍ଡି ଅଧିକାରୀ ବୀରବନ୍ଧୁ ସେଠୀଙ୍କୁ ମନ୍ତ୍ରୀଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ।

The post ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଚିଲିଗୁଡ଼ା ଫାଣ୍ଡି ଘେରାଉ  first appeared on Sambad.

from ଜିଲ୍ଲା | Sambad https://ift.tt/2ZL5Gqe