
ବରଗଡ଼/ସୋହେଲା : ମମିତା ମେହେର ହତ୍ୟାକାଣ୍ଡ ଏବଂ ବରଗଡ଼ ହାଜତ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଜିଲ୍ଲା ବିଜେପି ବରଗଡ଼ ବନ୍ଦ ପାଳନ କରିଛି। ସକାଳ ୬ରୁ ଦିନ ୨ଟା ଯାଏ ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି। ମୋଟାମୋଟି ଭାବେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା।
ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ରାସ୍ତା ଅବରୋଧ କରିବା ସହ ପ୍ରତିବାଦ ସଭା କରିଥିଲେ। ଜାତୀୟ ରାଜପଥରେ ଗାଡ଼ି ଗୁଡ଼ିକର ଲମ୍ବା ଲାଇନ୍ ଲାଗି ରହିଥିଲା। ଗୋଡ଼ଭଗା ପାଖରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଦୋକାନ ବଜାର ଆଦି ବନ୍ଦ ରହିଥିଲା। ସକାଳୁ ବିଜେପି କର୍ମୀମାନେ ପିକେଟିଂ କରି ବଜାର ବନ୍ଦ କରିଥିଲେ। ଆନ୍ଦୋଳନରତ ବିଜେପି ନେତା ଅଭିଯୋଗ କରିଥିଲେ, ‘ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସରକାର ପକ୍ଷପାତିତା କରିଛନ୍ତି। ଏଥିରେ ସଂପୃକ୍ତ ଥିବା ନିଜ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ସୁରକ୍ଷା ଦିଆଯାଉଛି।’ ତେଣୁ, ତାଙ୍କୁ ବରଖାସ୍ତ କରାଯାଉ ବୋଲି ଦାବି କରିଥିଲେ।
The post ବରଗଡ଼ ବନ୍ଦ ଶାନ୍ତିପୂର୍ଣ୍ଣ first appeared on Sambad.from ଜିଲ୍ଲା | Sambad https://ift.tt/3BBZU7m
0 Comments