
ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ରେଙ୍ଗାଳବେଡ଼ା ଘାଟିରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ନୟାକୋଟ ଥାନା ମରସୁଆଁ ଗ୍ରାମର ଦିଲୀପ ପଲେଇ ଓ କେନ୍ଦୁଝର ସଦର ଥାନା ରାଇଗୋଡ଼ା ଗ୍ରାମର ପପୁ ପ୍ରଧାନ। ସେହିପରି ଗୁରୁତର ଜଣଙ୍କ ହେଲେ ରାଇଗୋଡ଼ା ଗ୍ରାମର ହରେକୃଷ୍ଣ ପ୍ରଧାନ।
ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ମରସୁଆଁ ଗ୍ରାମର ଦିଲୀପ ପଲେଇ ଏକ ବାଇକ୍ (ଓଡି-୦୯-ଜେ-୪୦୪୪)ରେ ସୁଣ୍ଡରା ପଟୁ କାଳିମାଟି ଆଡ଼କୁ ଯାଉଥିଲେ। ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍ରେ ରାଇଗୋଡ଼ା ଗ୍ରାମର ପପୁ ପ୍ରଧାନ ଓ ହରେକୃଷ୍ଣ ପ୍ରଧାନ ଆସୁଥିଲେ। ରେଙ୍ଗାଳବେଡ଼ା ଘାଟିରେ ଦ୍ରୁତିଗତିରେ ଆସୁଥିବା ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସମସ୍ତେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଦିଲୀପ ଓ ପପୁଙ୍କ ମୃତ୍ୟୁ ଘଟିଥିଲା। ବାଇକ୍ ପଛରେ ବସିଥିବା ହରେକୃଷ୍ଣ ଗୁରୁତର ଆହତ ହୋଇଛନ୍ତି। ନୟାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବାଂଶପାଳ ଡାକ୍ତରଖାନାକୁ ପଠାଇଥିଲା। ମୃତ ଦୁଇଜଣଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଦୁର୍ଘଟଣାଗ୍ରସ୍ତ ବାଇକ୍ ଦୁଇଟିକୁ ଜବତ କରିବା ସହିତ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
The post ଦୁଇ ବାଇକ୍ ମୁହାଁମୁହିଁ: ୨ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3cuQMYd
0 Comments