ତୁଷୁରା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ ବଡ଼ତରକମୁଣ୍ତାଠାରେ ଏକ ସଡ଼କ ଦୁର୍ଘଟଣାରେ ଗମ୍ଭାରୀଗୁଡ଼ା ପଂଚାୟତ ଲାଟିତରା ଗାଁର ୱାର୍ଡସଭ୍ୟ ସୁରେଶ ମାଝୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୁରେଶ ମାଝୀ ତାଙ୍କ ଗ୍ରାମ ଲାଟିତରାରୁ ବାଇକ୍‌ ଯୋଗେ ଗୁଡ଼ଭେଲା ବ୍ଲକ୍‌ କାର୍ଯ୍ୟାଳୟକୁ କୌଣସି କାମ ପାଇଁ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ବାଇକ୍‌ରେ ଆସୁଥିବା ଅନ୍ୟ ‌ଜଣେ ବ୍ୟକ୍ତିଙ୍କ ସହିତ ବଡ଼ତରକମୁଣ୍ତା ଛକ ପୋଲ ଠାରେ ଧକ୍କା ହୋଇଥିଲା। ଉଭୟଙ୍କୁ ଗୁଡ଼ଭେଲା ସିଏଚ୍‌ସିକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସୁରେଶଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶଙ୍କ ମୃତ୍ୟୁ ହୋଇଥିଲା।

The post ସଡ଼କ ଦୁର୍ଘଟଣାରେ ୱାର୍ଡସଭ୍ୟ ମୃତ, ଜଣେ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3F2OBY1