
କୋକସରା: ରବି ଚାଷ ପାଇଁ କେନାଲ୍ ପାଣି ଯୋଗାଇବାକୁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଅଧୀନରେ ଥିବା ଗୁନ୍ଗୁନିଆ ଡିଷ୍ଟ୍ରିବୁଟାରିର ଶତାଧିକ ଚାଷୀ ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଗୁନ୍ଗୁନିଆ ଛକରେ ମୁଖିଗୁଡ଼ା-ମୋଟେର ରାସ୍ତାକୁ ଅବରୋଧ କରିଥିଲେ। ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନ, କୁସୁମଖୁଣ୍ଟି କେନାଲ୍ ଡିଭିଜନ୍ର ସହକାରୀ ଯନ୍ତ୍ରୀ କଳାକାର ବାଗ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲେ। ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଜୟପାଟଣା ଅତିରିକ୍ତ ତହସିଲଦାର ପହଞ୍ଚି ଜଳଯୋଗାଣ ପାଇଁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ବର୍ତ୍ତମାନ ଗୁନ୍ଗୁନିଆ ଡିଷ୍ଟ୍ରିବୁଟାରି ପର୍ଯ୍ୟନ୍ତ କେନାଲ୍ ପାଣି ଯୋଗାଇକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି।
The post ପାଣି ପାଇଁ ଚାଷୀଙ୍କ ରାସ୍ତା ଅବରୋଧ: ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ first appeared on Sambad.from ଜିଲ୍ଲା | Sambad https://ift.tt/3wwybnW
0 Comments