କବାଟବନ୍ଧ : ଜଣେ ନାବାଳିକା ଛାତ୍ରୀକୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜେନାପୁର ପୁଲିସ ଜଣେ ମଦ୍ୟପ ଯୁବକକୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି।

ସୂଚନା ମୁତାବକ ଗତ ୧୬ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ସକାଳ ସାଢେ ୯ଟା ବେଳେ ସ୍କୁଲ ଯାଉଥିବା ସମୟରେ କବାଟବନ୍ଧ ମଠଛକ ନିକଟରେ ଅକ୍ଷୟ ଦାସ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଟଣାଓଟରା କରିଥିଲା। କୌଶଳକ୍ରମେ ନାବାଳିକା ଖସିଯାଇ ସହପାଠୀ ଓ ଶିକ୍ଷକଙ୍କୁ ଜଣାଇଥିଲେ। ଏହାପରେ ଘରକୁ ଯାଇ କହିବାରୁ ପରିବାର ଲୋକେ ଜେନାପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ଜେନାପୁର ପୁଲିସ ଅକ୍ଷୟ ନାଁରେ ୩୩୯/୨୧ରେ ଏକ ମାମଲା ରୁଜୁ କରିବା ସହ ତାକୁ ଗିରଫକରି ଆଜି କୋର୍ଟଚାଲାଣ କରିଛି।

The post ନାବାଳିକାକୁ ଦୁର୍ବ୍ୟବହାର କରି ଯୁବକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3czPuLq