କବାଟବନ୍ଧ : ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ କଇଥା ଗ୍ରାମରୁ ଶୁକ୍ରବାର ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

ସୂଚନା ମୁତାବକ ଗ୍ରାମର ଅମ୍ବୁଜ କୁମାର ମଲିକ ନିଜ ଫସଲର ସୁରକ୍ଷା ନିମନ୍ତେ ଚାଷଜମିରେ ଜାଲ ଟାଙ୍ଗିଥିଲେ। ଗୁୁରୁବାର ରାତିରେ ବିଲକୁ ଯାଇ ଦେଖିବାରୁ ସେଥିରେ ୧୦ କେଜି ଓଜନର ବଜ୍ରକାପ୍ତା ଛନ୍ଦିିହୋଇ ରହିଥିଲା। ଅମ୍ବୁଜ ଓ ତାଙ୍କର କିଛି ସହଯୋଗୀ ବଜ୍ରକାପ୍ତାଟିକୁ ଉଦ୍ଧାର କରି ଶୁକ୍ରବାର ସକାଳେ ବନ ବିଭାଗକୁ ହସ୍ତାନ୍ତର କରିଥିବାର ଜଣାଯାଇଛି।

The post ବଜ୍ରକାପ୍ତା ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3CyPki4