
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁର ପଞ୍ଚାୟତ ବୁଢ଼ାଖମଣ ଗାଁରେ ରିନା ଦଣ୍ଡପାଟ (୨୦) ନାମକ ଜଣେ ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ଦୁଷ୍କର୍ମ ଏବଂ ହତ୍ୟାକୁ ନେଇ ଜାତୀୟ ମାନବାଧିକାର କମିସନ (ଏନ୍ଏଚ୍ଆର୍ସି)ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ଗ୍ରହଣ କରି ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ଏନ୍ଏଚ୍ଆର୍ସି କେନ୍ଦୁଝର ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଚିଠି କରିଛନ୍ତି।
ମାନବାଧିକାର କର୍ମୀ ତଥା ଆଇନଜୀବୀ ହିମାଂଶୁ ନାୟକ ଏନ୍ଏଚ୍ଆର୍ସିରେ ନମ୍ବର ୧୭୭୦୦ରେ ମାମଲା ରୁଜୁ କରିଥିଲେ। ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ପରିବାରକୁ ତିନି ସପ୍ତାହ ମଧ୍ୟରେ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଗୃହ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦେଶ ଦେବାକୁ ନିବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ, ବୁଢ଼ାଖମଣ ଗାଁର ରିନା ଦଣ୍ଡପାଟ ରାତିରେ ବାହାରକୁ ଯାଇ ଆଉ ଫେରି ନଥିଲେ। ପରଦିନ ଅପରାହ୍ଣରେ ଏକ ପରିତ୍ୟକ୍ତ ପୋଖରୀରୁ ତାଙ୍କ ହାତଗୋଡ଼ ବନ୍ଧା ମୃତଦେହ ମିଳିଥିଲା।
The post ରିନା ଦଣ୍ଡପାଟ ଦୁଷ୍କର୍ମ ଓ ହତ୍ୟା ମାମଲା: ଜିଲ୍ଲାପାଳ ଓ ଏସ୍ପିଙ୍କୁ ଏନ୍ଏଚ୍ଆର୍ସିଙ୍କ ରିପୋର୍ଟ ତଲବ first appeared on Sambad.from ଜିଲ୍ଲା | Sambad https://ift.tt/3FhxW3d
0 Comments