ସମ୍ବଲପୁର : ସମ୍ବଲପୁର ଅଞ୍ଚଳରେ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଗୋଟିଏ ସ୍ୱାମୀକୁ ଡବଲ୍‌ ସ୍ତ୍ରୀ ଘଟଣା। ଘଟଣା ଟି ଅଇଁଠାପାଲି ଥାନା ଅଧୀନ ଅଞ୍ଚଳର।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଜଣଙ୍କୁ ବିବାହ କଲେ। ତା ପରେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ିଦେଇ ତାଙ୍କ ଦ୍ବିତୀୟ ସ୍ତ୍ରୀ ସହ ରହିଲେ। ତେବେ ବ୍ୟକ୍ତି ଜଣକ ତାଙ୍କ ଦ୍ବିତୀୟ ସ୍ତ୍ରୀ ସହ କିଛି ଦିନ ରହିବା ପରେ ଏବେ ପୁଣିଥରେ ପ୍ରଥମ ସ୍ତ୍ରୀ ମୁହାଁ ହୋଇଛନ୍ତି। ସେ ଏବେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ପାଖକୁ ଫେରିଛନ୍ତି। ଯାହାକୁ ନେଇ ଉକ୍ତ ବ୍ୟକ୍ତି, ପ୍ରଥମ ଓ ଦ୍ବିତୀୟ ସ୍ତ୍ରୀ ମଧ୍ୟରେ ବୁଧବାର ଝଗଡ଼ା ଆରମ୍ଭ ହୋଇଛି। ୩ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଝଗଡ଼ା ଥାନାରେ ପହଞ୍ଚିଛି। ଅଇଁଠାପାଲି ଥାନାରେ ଏ ନେଇ ବୁଧବାର ଲିଖିତ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଗୋଟିଏ ସ୍ୱାମୀକୁ ଡବଲ୍‌ ସ୍ତ୍ରୀ, ଥାନାରେ ମାମଲା first appeared on Sambad.

from ଜିଲ୍ଲା | Sambad https://ift.tt/3cOrm89