
ସମ୍ବଲପୁର : ଲୋଭ ଓ ଭୟ, ଏହି ୨ଟି ଜିନିଷକୁ ମାଧ୍ୟମ କରି ସାଇବର୍ ଲୁଟେରାମାନେ ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ଲୁଟିବାକୁ ଜାଲ ବିଛାଉଛନ୍ତି। ଅନେକ ଲୋକ ସଚେତନ ହୋଇସାରିଥିଲେ ମଧ୍ୟ କିଛି ଲୋକ ଲୋଭ କିମ୍ବା ଭୟ ପାଇଁ ସାଇବର୍ ଲୁଟେରାଙ୍କ ଶିକାର ହେଉଛନ୍ତି। ଅଇଁଠାପାଲି ଥାନା ଅଧୀନ ଅଞ୍ଚଳେ ଜଣେ ବ୍ୟକ୍ତିଙ୍କ ଜାଗାରେ ଜିଓ ଟାଓ୍ୱାର କରାଇବାକୁ କହି ସାଇବର୍ ଲୁଟେରା ଜଣକ ଧୋକା ଦେଇଛି।
ସାଇବର୍ଲୁଟେରା ଜଣକ କଲ୍ କରି ଉକ୍ତ ବ୍ୟକ୍ତିଙ୍କ ଜାଗା ଅଛି କି ନାହିଁ ବୋଲି ପଚାରିବାରୁ ବ୍ୟକ୍ତି ଜଣକ ହଁ କରିଥିଲେ। ନିଜକୁ ଜିଓ ସଂସ୍ଥର ଅଧିକାରୀ ବୋଲି ପରିଚୟ ଦେବା ସହିତ ଉକ୍ତ ବ୍ୟକ୍ତିଙ୍କ ଜାଗାରେ ଜିଓ ଟାଓ୍ୱାର୍ କରିବାକୁ ଲୁଟେରା ଜଣକ କହିଥିଲା। ଏଥିପାଇଁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ଉକ୍ତ ବ୍ୟକ୍ତିଙ୍କୁ ଲୁଟେରା ଜଣକ କହିଥିଲା। ଏହାପରେ ବ୍ୟକ୍ତି ଜଣକ ଲୋଭରେ ପଡ଼ିଯାଇ ସିକ୍ୟୁରିଟି ବାବାଦକୁ ୨୨ ହଜାର ଟଙ୍କା ପଠାଇଥିଲେ। ଯାହାକୁ ପାଇବା ପରେ ଲୁଟେରା ଜଣକ ଆଉ ଧରାଛୁଆଁ ଦେଇ ନଥିଲା। ସେଇନମ୍ବରକୁ କଲ୍ କଲେ ମଧ୍ୟ ଆଉ ଲାଗିଲା ନାହିଁ। ନିରାଶ ହୋଇ ବ୍ୟକ୍ତି ଜଣକ ଶେଷରେ ଅଇଁଠାପାଲି ଥାନାରେ ବୁଧବାର ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଜିଓ ଟାଓ୍ୱାର୍ ନାଁରେ ୨୨ ହଜାର ଲୁଟିନେଲା ସାଇବର୍ ଲୁଟେରା first appeared on Sambad.from ଜିଲ୍ଲା | Sambad https://ift.tt/3rfHEiZ
0 Comments