କେନ୍ଦୁଝର : ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି କେନ୍ଦୁଝର ଗସ୍ତରେ ଆସିଥିବାବେଳେ ବିଜେପି କର୍ମୀମାନେ ତାଙ୍କୁ କଳା ପତାକା ଦେଖାଇଛନ୍ତି। କେନ୍ଦୁଝର ଦରବାର ହଲ୍‌ରେ ଆଜି ଜିଲ୍ଲା ଯୋଜନା ବୋର୍ଡର ଏକ ବୈଠକ ଥିଲା। କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉକ୍ତ ବୈଠକରେ ଯୋଗଦେବାକୁ ଆଜି କେନ୍ଦୁଝର ଆସୁଥିବାବେଳେ ସଦର ଥାନା ନେଙ୍କଡ଼ାଘର ନିକଟରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ତାଙ୍କୁ କଳା ପତାକା ଦେଇଥିଲେ। ଗୋ ବ୍ୟାକ୍‌, ଗୋ ବ୍ୟାକ୍‌ କହି ନାରାବାଜି କରିଥିଲେ।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କୁ ବିଜେପି, କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ ଅଣ୍ଡାମାଡ଼ କରୁଛନ୍ତି। ଆଜି କେନ୍ଦୁଝର ଗସ୍ତରେ ଆସୁଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ବିରୋଧୀ ଦଳର କର୍ମୀମାନେ କଳାପତାକା ଦେଖାଇବା ସହ ଅଣ୍ଡାମାଡ଼ କରିବେ ବୋଲି ପୁଲିସ ସୂଚନା ପାଇଥିଲା। ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ହେଲେ ବିଜେପି କର୍ମୀମାନେ ପୁଲିସକୁ ଚକ୍‌ମା ଦେବାରେ ସକ୍ଷମ ହୋଇଥିଲେ। ନରଣପୁର ପର୍ଯ୍ୟନ୍ତ ପୁଲିସ ଏବଂ ବିଜେଡି କର୍ମୀମାନେ ଜଗି ବସିଥିଲେ। ସେଠାରୁ ଅଳ୍ପଦୂରରେ ଛକି ରହିଥିବା ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଥିଲେ।

The post କେନ୍ଦୁଝରରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଳାପତାକା ପ୍ରଦର୍ଶନ first appeared on Sambad.

from ଜିଲ୍ଲା | Sambad https://ift.tt/306C9rc