
ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁପଡ଼ା ମହିମାଶ୍ରମ ମଠାଧୀଶଙ୍କୁ ଜମିବାଡ଼ି ବିବାଦରୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ସିନ୍ଧେକେଲା ଥାନାରେ ଅଭିଯୋଗ ହୋଇଛି। ମଠାଧୀଶ କିଶୋର ଚନ୍ଦ୍ର ଦାସଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ ତାଙ୍କୁ ସିନ୍ଧେକେଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ ଜଲେଜ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଯେ ମହିମାଶ୍ରମ ନିକଟରେ ଏକ ବଗିଚା ନିର୍ମାଣ ପାଇଁ ମଠ ତରଫରୁ ଡିମାର୍କେସନ କରାଯାଇଥିଲା। ଏଥିପାଇଁ ରାଜସ୍ବ ବିଭାଗ କର୍ମଚାରୀମାନେ ପହଞ୍ଚି ମାପଚୁପ କରିଥିଲେ। ପରେ କ୍ଷୀରସିନ୍ଧୁ ନାଏକଙ୍କ ପରିବାର ସେଠାରେ ତାଙ୍କ ଜାଗା ଥିବା ଦାବି କରିଥିଲେ। ଫଳରେ ମଠାଧୀଶ ଓ କ୍ଷୀରସିନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା। ଉତକ୍ଷିପ୍ତ ହୋଇ କ୍ଷୀରସିନ୍ଧୁ ଏକ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ମଠାଧୀଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏନେଇ ବୁଧବାର ସାଧୁ ଲକ୍ଷେଶ୍ବର ଦାସ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ। ପୁଲିସ ଥାନା କେସ ନମ୍ବର ୧୧୩/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ପଞ୍ଚାନନ ନାଏକ ସୂଚନା ଦେଇଛନ୍ତି।
The post ଜମି ବିବାଦ: ପୁଟୁପଡ଼ା ମହିମାଶ୍ରମ ମଠାଧୀଶଙ୍କୁ ପ୍ରାଣାନ୍ତକ ଆକ୍ରମଣ first appeared on Sambad.from ଜିଲ୍ଲା | Sambad https://ift.tt/3oU446s
0 Comments