ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଟାଙ୍ଗୀ ବ୍ଲକ ସମ୍ମୁଖରେ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଆଜି ମହିଳା, ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପରିଡାଙ୍କ ନେତୃତ୍ୱ ନେଇଥିଲେ । ରାଜ୍ୟ ସଭା ସାଂସଦ ମୁନା ଖାଁ, ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ କୁମାର ଦଳେଇ, ଜିଲ୍ଲା ଉପଦେଷ୍ଟା ରାମଚନ୍ଦ୍ର ମହାପାତ୍ର, ଯୁବ ବିଜେଡି ରାଜ୍ୟ ସମ୍ପାଦକ ରୁଦ୍ରନାଥ ଦତ, ବିସିଜେଡି ରାଜ୍ୟ ସମ୍ପାଦକ ନସିମ ଖାନ, ବ୍ଲକ ଅଧ୍ୟକ୍ଷ ବିଜୟ ଜେନା, ବିଜୁ ମହିଳା ଜନତା ଦଳର ସଭାପତି ଗୀତାଞ୍ଜଳୀ ପାଟ୍ଟଶାଣୀ, ଜିଲ୍ଲାପରିଷଦ ସଭ୍ୟ ସ୍ୱଦେଶ ରାଉତରାୟ, ଯୁବ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ସ୍ୱାଇଁ, ଉପସଭାପତି ବିଶ୍ୱାସ ରଞ୍ଜନ ଦାସ, ବଡପୋଖରୀଆ ସରପଂଚ ସାଗର ବଳିୟାରସିଂହ, ଜିଲ୍ଲା ଉପସଭାପତି କିଶୋର ବେହେରା ପ୍ରମୁଖ ଯୋଗ ଦେଇଥିଲେ । କେନ୍ଦ୍ରସରକାରଙ୍କ ଭୁଲ ଅର୍ଥନୀତି ଯୋଗୁଁ ରନ୍ଧନଗ୍ୟାସ ଦର ବେଲଗାମ ହେଲାଣି । କରୋନା ମହାମାରୀ ୨ବର୍ଷ ହେବ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବାବେଳେ ଦରବୃଦ୍ଧି ବେଡି ଉପରେ କରୋଡ଼ା ମାଡ ସଦୃଶ ହୋଇଛି ବୋଲି କହିଥିଲେ ।

The post ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବିଜେଡିର ବିକ୍ଷୋଭ first appeared on Sambad.

from ଜିଲ୍ଲା | Sambad https://ift.tt/3FO80fF