
କବାଟବନ୍ଧ: ଯାଜପୁର ଜିଲ୍ଲା ଜେନାପୁର ପୁଲିସ ୭ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଶ୍ବଶୁର, ଜ୍ବାଇଁଙ୍କୁ ଗିରଫ କରିଛି। ଦୁହେଁ ହେଲେ ଶ୍ବଶୁର କମାଗଡ଼ ପଞ୍ଚାୟତ ଗେଙ୍ଗୁଟିଆ ଗ୍ରାମର ଦୁର୍ଯ୍ୟୋଧନ ରାଉତ (୬୩) ଓ ଜ୍ବାଇଁ ରାଇଛନ୍ଦା ପଞ୍ଚାୟତ ବାରକଣା ଗ୍ରାମର କାଳନ୍ଦୀ ସାହୁ (୪୫)।
କାଳନ୍ଦୀ ବ୍ରାହ୍ମଣୀ ବ୍ରିଜ୍ ବଜାରରେ ଏକ ଚା’ ଦୋକାନ କରି ସେଠାରେ ସିଗାରେଟ ଭିତରେ ଗଞ୍ଜେଇ ଭରି କରି ବିକ୍ରି ହେଉଥିଲା। ଖବରପାଇ ପୁଲିସ ଚା’ ଦୋକାନରେ ଚଢ଼ଉ କରିବା ସହ ତାଙ୍କ ଘରେ ଥିବା ୭ କେଜି ଗଞ୍ଜେଇ ଜବତ କରିଥିଲା। ଏହି ବେପାରରେ ସହଯୋଗ କରୁଥିବା କାଳନ୍ଦୀଙ୍କ ଶ୍ବଶୁର ଦୁର୍ଯ୍ୟୋଧନ ରାଉତଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟଙ୍କ ନାଁରେ ନଂ.୩୪୩/୨୧ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି।
The post ୭ କେଜି ଗଞ୍ଜେଇ ଜବତ: ଶ୍ବଶୁର,ଜ୍ବାଇଁ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3qVpJh3
0 Comments