
ସମ୍ବଲପୁର: ଜିଏସ୍ଟି ଫାଙ୍କିବା ପାଇଁ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ନୂଆ ନୂଆ ଉପାୟ ଆପଣଉଛନ୍ତି। ଅଭିଯୋଗ ମିଳିବା ପରେ ବୁଧବାର ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସହରରେ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ସମ୍ବଲପୁର ସହରରେ ଗୋଏଲ୍ ଫର୍ଣ୍ଣିଚର୍ ଦୋକାନ ଓ ଗୋଦାମଗୁଡ଼ିକରେ ମଙ୍ଗଳବାର ମିଳିତ ଚଢ଼ଉ ହୋଇଥିଲା। ମୁଦିପଡ଼ା, ଟାଙ୍ଗରପାଲି, ବରେଇପାଲି ଏବଂ ଅଇଁଠାପାଲିର ଦୁଇଟି ସ୍ଥାନରେ ଜିଏସ୍ଟି ବିଭାଗ ଚଢ଼ଉ କରିଥିଲା।
ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୟୁନିଟ, ଝାରସୁଗୁଡ଼ାର ଡେପୁଟି କମିସନର୍ ସତୀଶ ରଞ୍ଜନ ଜାଲ୍ଙ୍କ ସୂଚନା ଅନୁଯାୟୀ ଏକା ସଙ୍ଗେ ୫ଟି ସ୍ଥାନରେ ଚଢ଼ଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଉଛି। ସବୁକିଛି ଯାଞ୍ଚ ହେବାପରେ ପ୍ରକୃତରେ ଜିଏସ୍ଟି ଠକେଇ ହୋଇଛି କି ନାହିଁ ତାହା ଜଣାପଡ଼ିବ। ଡେପୁଟି କମିସନର୍ ସୁବୋଧ କୁମାର ପଣ୍ଡା ଏହାର ନେତୃତ୍ବ ନେଇଛନ୍ତି। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରୁ ସନ୍ଧ୍ୟା ଯାଏ ଏହି ଚଢ଼ଉ କରାଯାଇଥିଲା।
ଶ୍ରୀ ପଣ୍ଡାଙ୍କ କହିବା ଅନୁଯାୟୀ କମିସନର୍ଙ୍କ ନିକଟରେ ରିପୋର୍ଟ ପୈଠ କରାଯାଇଛି, ଯାଞ୍ଚ ପରେ ଠକେଇ ବିଷୟରେ ଜଣାପଡ଼ିବ। ବୁଧବାର ରାଉରକେଲା ଡେପୁଟି କମିସନର୍ ରମେଶ କୁମାର ମଣ୍ଡଳ, ଝାରସୁଗୁଡ଼ାର ଡେପୁଟି କମିସନର୍ ସତୀଶ ରଞ୍ଜନ ଜାଲ୍, ସମ୍ବଲପୁରର ଡେପୁଟି କମିସନର୍ ସୁବୋଧ କୁମାର ପଣ୍ଡା, ଡେପୁଟି କମିସନର୍ କିଶୋର ଚନ୍ଦ୍ର ମେହେରଙ୍କ ନେତୃତ୍ବରେ ୪ଟି ଟିମ୍ ଗଠନ କରାଯାଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।
The post ସମ୍ବଲପୁରର ୫ଟି ସ୍ଥାନରେ ଜିଏସ୍ଟି ଚଢ଼ଉ first appeared on Sambad.from ଜିଲ୍ଲା | Sambad https://ift.tt/3Hp95MG
0 Comments