
ଦଶରଥପୁର : ଅଙ୍ଗନବାଡ଼ି କେନ୍ଦ୍ର ସହାୟିକା ଚୟନରେ ଅନିୟମିତତା ଅଭିଯୋଗ କରି ବହୁଲୋକ ଶୁକ୍ରବାର ଦିନ ଦଶରଥପୁର ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ(ସିଡିପିଓ)ଙ୍କୁ ଅଟକ ରଖିଥିଲେ। ମଙ୍ଗଳପୁର ପୁଲିସ ପହଞ୍ଚି (ସିଡିପିଓ) ମଞ୍ଜୁଳା ରଥଙ୍କୁ ମୁକୁଳାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ମୁତାବକ, ଦଶରଥପୁର ବ୍ଲକ୍ ଜାଫରପୁର ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ର ନମ୍ବର ୧ରେ ଶୁକ୍ରବାର ଦିନନ ସହାୟିକା ଚୟନ ପାଇଁ ବୈଠକ ବସିଥିଲା। ଲୋକମାନଙ୍କ ମଧ୍ୟରେ ହୋହାଲ୍ଲା ହେବାରୁ ଭୋଟିଂ ମାଧ୍ୟମରେ ସହାୟିକା ଚୟନ ପାଇଁ ନିଷ୍ପତ୍ତି ହୋଇଥିଲା। ଭୋଟିଂରେ ସର୍ବାଧିକ ମତପ୍ରାପ୍ତ ପ୍ରାର୍ଥିନୀଙ୍କ ନାମ ଘୋଷଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭୋଟିଂରେ ଦଶରଥପୁର ବ୍ଲକ୍ ସିଡିପିଓ ଶ୍ରୀମତୀ ରଥ ଅନିୟମିତତା କରିଥିବା ଅଭିଯୋଗ କରି ଗ୍ରାମବାସୀ ତାଙ୍କୁ ଘେରାଉ କରି ଅଟକ ରଖିଥିଲେ। ଖବର ପାଇ ମଙ୍ଗଳପୁର ଥାନା ଏଏସ୍ଆଇ ସନ୍ତୋଷ ସିଂ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ସିଡିପିଓଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗିରହିଛି।
ଏସମ୍ପର୍କରେ ସିଡିପିଓଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ସରକାରୀ ବିଧିବ୍ୟବସ୍ଥା ମୁତାବକ ସହାୟିକା ଚୟନ କରାଯିବା କଥା। ହେଲେ ଗ୍ରାମବାସୀ ସହଯୋଗ କରିବା ପରିବର୍ତ୍ତେ ନିଜ ନିଜ ସମର୍ଥକ ପ୍ରାର୍ଥିନୀଙ୍କୁ ଚୟନ କରିବାକୁ ନେଇ ହୋହାଲ୍ଲା କରିବାରୁ ଶେଷରେ ସର୍ବସମ୍ମତିକ୍ରମେ ଭୋଟିଂ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏସମ୍ପର୍କରେ ସେ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ଓ ଦଶରଥପୁର ବିଡିଓ ଶ୍ୱେତା ସ୍ନିଗ୍ଧାଙ୍କୁ ଅବଗତ କରାଇଥିବା ସୂଚନା ଦେଇଛନ୍ତି।
The post ଅଙ୍ଗନବାଡ଼ି ସହାୟିକା ଚୟନକୁ କେନ୍ଦ୍ରକରି ଉତ୍ତେଜନା: ସିଡିପିଓଙ୍କକୁ ଘେରିଲେ first appeared on Sambad.from ଜିଲ୍ଲା | Sambad https://ift.tt/3cUF8pI
0 Comments