
ପାଟଣାଗଡ଼/ମଣ୍ଡଳ : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ଧୁମାଭଟା ଓ ହଟକଟ ଗ୍ରାମ ମଧ୍ୟରେ ଥିବା ରୁଗୁଡ଼ିଖାଲ ନର୍ସରିରୁ ଧୁମାଭଟା ଗାଁର ସଞ୍ଜୀବ ମଲ୍ଲିକ (୨୫ବର୍ଷ) ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମରେ ବିଫଳ ହେବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ବେଲପଡ଼ା ଥାନା ଧୁମାଭଟା ଗାଁର ସଞ୍ଜୀବ ବୁଧବାର ରାତିରେ ଘରୁ ବାହାରି ଆଉ ଫେରି ନଥିଲେ। ଗୁରୁବାର ସକାଳୁ ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ରୁଗୁଡ଼ିଖାଲ ନର୍ସରି ଭିତରୁ ତାଙ୍କ ଶବ ମିଳିଥିଲା। ଏନେଇ ପରିବାରବର୍ଗ ବେଲପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ସମୟରେ ମୃତ ସଞ୍ଜୀବଙ୍କ ପ୍ୟାଣ୍ଟ ପକେଟରୁ ଦୁଇଟି ମୋବାଇଲ ଫୋନ୍, ଟଙ୍କାଭର୍ତ୍ତି ପର୍ସ ଓ ଏକ ପ୍ରେମପତ୍ର ମିଳିଥିଲା। ସଞ୍ଜୀବଙ୍କ ଗଳାରେ ବେଲ୍ଟ ଲାଗିଥିବା ବେଳେ ଗଳାରେ କୌଣସି ଚିହ୍ନ ନଥିବା ଏବଂ ସେ ବିଷ ପିଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ ବୋଲି ବେଲପଡ଼ା ପୁଲିସ କହିଛି। ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଥାନାଧିକାରୀ ବୁଲୁ ମୁଣ୍ଡା କହିଛନ୍ତି।
The post ଧୁମାଭଟା-ହଟକଟ ରାସ୍ତା ନର୍ସରିରୁ ଯୁବକଙ୍କ ଶବ ଉଦ୍ଧାର, ପ୍ରେମରେ ବିଫଳ ହେବାରୁ ବିଷ ପିଇଥିବା ସନ୍ଦେହ first appeared on Sambad.from ଜିଲ୍ଲା | Sambad https://ift.tt/3n4wcEg
0 Comments