ଖଇରା: ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବକଙ୍କ ପାଇଁ ଦେବଦୂତ ସାଜିଲେ ଖଇରା ବିଡିଓ ପର୍ଶୁରାମ ପଣ୍ତା। ଆଜି ଅପରାହ୍ନରେ ଲୁଣିପଦା ଗ୍ରାମର ଦୁଃଖୀରାମ ମାଝୀ (୨୭) ସୋର-କୁପାରୀ ରାଜ୍ୟ ରାଜପଥର କଣ୍ଟାପଡ଼ା ଛକ ନିକଟରେ ବାଇକ୍‌ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ରାସ୍ତାକଡ଼ରେ ପଡ଼ିରହିଥିଲେ। ଏହି ସମୟରେ କାର୍ଯ୍ୟାଳୟକୁ ଯାଉଥିବା ବିଡିଓ ଶ୍ରୀ ପଣ୍ଡ‌‌ା ଦୁଃଖୀରାମଙ୍କୁ ଦେଖିଥିଲେ। ସ୍ଥାନୀୟ ଲୋକ ଦୁଃଖୀରାମଙ୍କୁ ଡାକ୍ତରଖାନା ପଠାଇବା ପାଇଁ ୧୦୮ ଆମ୍ବୁଲାନ୍‌ସ ସହ ଯୋଗାଯୋଗ କରିଥିଲେ। ତେବେ ଦୁଃଖୀରାମଙ୍କ ଅବସ୍ଥା ଗୁରୁତର ଥିବା ଦେଖି ବିଡିଓ ଶ୍ରୀ ପଣ୍ଡା ତାଙ୍କୁ ନିଜ ସରକାରୀ ଗାଡ଼ିରେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ନିଜେ ଷ୍ଟ୍ରେଚର ଧରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପ‌ରେ ବିଡିଓ ଶ୍ରୀ ପଣ୍ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।

The post ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ପାଇଁ ଦେବଦୂତ ସାଜିଲେ ବିଡିଓ first appeared on Sambad.

from ଜିଲ୍ଲା | Sambad https://ift.tt/3pZUktu