
ବୋର୍ଡା : କଳାହାଣ୍ଡି ଜିଲ୍ଲା ସଦର ବ୍ଲକ୍ ମାଦିଗୁଡ଼ା ପଞ୍ଚାୟତ ଚିକିଳି ଗାଁର ଅନିଲ କପୁର ଶିଖା (୩୦ ବର୍ଷ) ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ନିଜର ଚିକିତ୍ସା ପାଇଁ ସବୁ ସ୍ତରରେ ନିରାଶ ହେବାରୁ ସେ ଅସହାୟ ହୋଇ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉଚ୍ଚତମ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି।
ଅନିଲ ଯୁକ୍ତ ୨ ଶେଷ ପରେ ସିଟି ଟ୍ରେନିଂ ନେଉଥିଲେ। ସ୍ୱପ୍ନ ଥିଲା ଦିନେ ସେ ଶିକ୍ଷକ ହେବେ। ତେବେ ବିଧିର ବିଧାନ କିଛି ଅଲଗା ଥିଲା। ଗତ ୧୦.୧୦.୨୦୧୫ରେ ଏକ ସଡ଼କ ଦୁର୍ଘଟଣାରେ ମେରୁଦଣ୍ଡ ଅଚଳ ହୋଇଯାଇଥିଲା। ୬ ବର୍ଷରୁ ଅଧିକ ସମୟ ହେଲା ଜୀବନ ସହ ସଂଗ୍ରାମ କରି ଶଯ୍ୟାଶାୟୀ ଅଛନ୍ତି। ବଡ଼ଭାଇ ରାଜକପୁର ଶିଖା ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଛନ୍ତି। ବୃଦ୍ଧ ବାପା-ମା’ଙ୍କ ମାସିକ ହଜାରେ ଟଙ୍କା ଭତ୍ତାରେ ହିଁ ପରିବାର ଚଳିଥାଏ। ଆବାସ ଓ ସ୍ୱଚ୍ଛଭାରତ ପାଇଖାନାଟିଏ ଏମାନଙ୍କ ପାଇଁ ସ୍ୱପ୍ନ ହୋଇଛି। ପରିବାର ଲୋକେ ସହାୟତା ପାଇଁ ସିଡିଏମଓ, ଜିଲ୍ଲାପାଳ, ସାଂସଦ, ବିଧାୟକ ଓ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଧାଇଁଛନ୍ତି। ହେଲେ ସବୁଠି ନିରାଶ ହୋଇ ଫେରିଛନ୍ତି। ଅନିଲ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ମଧ୍ୟ ପାଇଛନ୍ତି। କିନ୍ତୁ ଅନେକ ହସ୍ପିଟାଲ୍ ସହ ଯୋଗାଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି। ଅନିଲଙ୍କୁ ସରକାରୀ ସହାୟତା ସହ ଉଚ୍ଚତର ଚିକିତ୍ସା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
The post ସ୍ୱାସ୍ଥ୍ୟ ଯୋଜନା ଫେଲ୍! ଇଚ୍ଛାମୃତ୍ୟୁ ଆବେଦନ କଲେ ଯୁବକ first appeared on Sambad.from ଜିଲ୍ଲା | Sambad https://ift.tt/3cXmAFv
0 Comments