
ଆନନ୍ଦପୁର: ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କୁ ଅଣ୍ଡାମାଡ଼ କରିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ୍ ଦୁଇଜଣ ଯୁବକଙ୍କୁ ଅଟକ ରଖିଛି। ଅପରାଜିତା ଆସିବା ପୂର୍ବରୁ କିଛି ଯୁବକ ଶୈଲଙ୍ଗ ବିଦେଶୀ ମଦ ଦୋକାନ ସମ୍ମୁଖରେ ଅଣ୍ଡା ଓ କଳାପତକା ଧରି ବିରୋଧ କରିବାକୁ ପ୍ରସ୍ତୁତ ହେଉଥିଲେ। ଖବର ପାଇ ବିଜେପିର ସମର୍ଥକମାନେ ସେଠାରେ ପହଞ୍ଚିବାରୁ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଘଷିପୁରା ପୁଲିସ୍ ସେଠାରେ ପହଞ୍ଚି ଯିବାରୁ ଅଣ୍ଡାମାଡ଼ କରିବାକୁ ଉଦ୍ୟମ କରୁଥିବା ଯୁବକମାନେ ଚମ୍ପଟ ମାରିଥିଲେ। ଦୁଇଜଣଙ୍କୁ ପୁଲିସ ଧରି ଥାନାକୁ ନେଇଥିଲା।
ଅପରାଜିତା ଫେରିବା ବାଟରେ ଖପରାଖାଇ ବାଇପାସ୍ ନିକଟରେ କିଛି ଯୁବକ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିବା ନେଇ ପ୍ରଚାର ହୋଇଥିଲା। ତେବେ ପୁଲିସ୍ ସଙ୍ଗେସଙ୍ଗେ ସେଠାରେ ପହଞ୍ଚିଥିଲେ ମଧ୍ୟ ଏ ସମ୍ପର୍କରେ କିଛି ଜଣାପଡ଼ି ନଥିଲା। ଏନେଇ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ କହିଛନ୍ତି, ଅଣ୍ଡାମାଡ଼ ଘଟଣାରେ ବିଜେଡି କର୍ମୀ ସାମିଲ ନାହାନ୍ତି। ବିଜେପି ନେତାମାନେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ଙ୍କୁ ଅଣ୍ଡାମାଡ଼ କରିଥିଲେ। ଏହି ଘଟଣାରେ ପରେ ସାଧାରଣ ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ବିଜେପି ନେତାଙ୍କୁ ସାଧାରଣ ଲୋକେ ଅଣ୍ଡା ମାରୁଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି।
The post ସାଂସଦ ଅପରାଜିତାଙ୍କୁ ଅଣ୍ଡାମାଡ଼ ଉଦ୍ୟମ : ୨ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/2ZvSfL0
0 Comments