
ସୋନପୁର : ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାର ଏସ୍ଆଇଟି ତଦନ୍ତ, ସମ୍ପୃକ୍ତ ନେତା, ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ତୁରନ୍ତ ଗିରଫ ଏବଂ ମହାଲିଙ୍ଗ ସନ୍ସାଇନ୍ ସ୍କୁଲର ପରିଚାଳନା କମିଟିକୁ ବରଖାସ୍ତ କରି ସ୍କୁଲକୁ ସରକାରୀ କରିବା ଦାବିରେ ସୋମବାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିସହ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।
ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ପ୍ରଦାନ କରାଯାଇଥିଲା। କର୍ଣ୍ଣରାଜ ପ୍ରଧାନ, ଗୋବିନ୍ଦ ମହାରଣା, ଜ୍ୟୋତିର୍ମୟୀ ରଥ, ରାଜେନ୍ଦ୍ର ପ୍ରସାଦ ମେହେର, ଲଛମନ ସୁନା, ମହମ୍ମଦ ଇମ୍ରାନ, ସଙ୍ଗୀତା ବଗ, ରେଣୁବାଳା ବଡ଼ମାଳୀ, ଘାସିରାମ ନାଏକ, ଶତ୍ରୁଘ୍ନ ମେହେର ପ୍ରମୁଖ ଧାରଣାରେ ବସିଥିଲେ।
The post ମମିତା ମେହେର ହତ୍ୟା ମାମଲାର ଏସଆଇଟି ତଦନ୍ତ ଦାବିରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଧାରଣା first appeared on Sambad.from ଜିଲ୍ଲା | Sambad https://ift.tt/2Ybr3kc
0 Comments