ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ସ୍ଥିତ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଏବଂ ବାସିନିଗୁଡା ଠାରେ ଚାଇଲ୍‌ଡ଼ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଚାଇଲ୍‌ଡ଼ ଲାଇନ ୧୦୯୮ ଏକତା, କୋରାପୁଟ ପରିଚାଳନା କରିଥିଲେ। ସିଡିପିଓ ଜି.ସୀତା କୁମାରୀ ଏବଂ ଅଂଗନବାଡି ସୁପରଭାଇଜର ମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଶିଶୁମାନଙ୍କୁ ଚାଇଲ୍‌ଡ଼ ଲାଇନ ସହ ବନ୍ଧୁତା ରକ୍ଷା କରିବା ଏବଂ ନିଜ ନିଜର ସମସ୍ୟା ସମ୍ପର୍କରେ ୧୦୯୮କୁ କୋଲ୍ କରି ସମସ୍ୟା ସମ୍ପର୍କରେ ଜଣାଇବା ପାଇଁ ଉପସ୍ଥିତ ଶିଶୁ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ସେହିପରି ବାସିନିଗୁଡା ଗ୍ରାମ ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶିଶୁ ମାନଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ୧୦୯୮କୁ କଲ୍ କରି ସମସ୍ୟା ଜଣାଇବା ପାଇଁ ବୁଝାଇବା ସହ ସେମାନଙ୍କ ମଧ୍ୟରେ ଖେଳ, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଶିଶୁମାନେ ପରସ୍ପରକୁ ହ୍ୟାଣ୍ଡ ବ୍ୟାଣ୍ଡ ବାନ୍ଧିବା ସହ ମିତ୍ରତା ସ୍ଥାପନ କରିଥିଲେ। ଚାଇଲ୍‌ଡ଼ ଲାଇନ ଏକତା କୋରାପୁଟ ତରଫରୁ ଭୀମସେନ ହରିଜନ, ମିନି ମହାକୁଡ଼, ସଚିଦାନନ୍ଦ ନାୟକ ଏବଂ ଶିକ୍ଷକ ରବି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ‘ଚାଇଲ୍‌ଡ଼ ଲାଇନ ସେ ଦୋସ୍ତି’ କାର୍ଯ୍ୟକ୍ରମ ଅନୁଷ୍ଠିତ first appeared on Sambad.

from ଜିଲ୍ଲା | Sambad https://ift.tt/3HDk8SM