
ଖଲ୍ଲିକୋଟ : ଭ୍ୟାନିଟି ବ୍ୟାଗ୍ ପାଇଁ ଜଣେ ଆଶାକର୍ମୀଙ୍କ ଜୀବନ ଗଲା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଇଲାକାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକଜଣକ ହେଲେ, ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତ ନୂତନଗୁରୁଣ୍ଠି ଗ୍ରାମର ଇ.ଲଳିତା ଦୋରା। ଲଳିତା ଶନିବାର ସକାଳେ ଜଣେ ଗର୍ଭବତୀଙ୍କୁ ପ୍ରସବ କରାଇବା ଲାଗି ଅଟୋରେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣୁଥିଲେ। ଏହି ସମୟରେ ହରିଡ଼ାମୂଳ ବ୍ୟାଙ୍କ୍ ରାସ୍ତା ନିକଟରେ ଲତିତାଙ୍କ ଭ୍ୟାନିଟି ବ୍ୟାଗ୍ଟି ଖସିପଡ଼ିଥିଲା। ଲଳିତା ହଠାତ୍ ବ୍ୟାଗ୍ଟିକୁ ଆଣିବା ପାଇଁ ଅଟୋରୁ ଡେଇଁ ପଡ଼ି ଗୁରୁତର ହୋଇଥିଲେ। ଉକ୍ତ ଅଟୋ ଯୋଗେ ହିଁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।
The post ଭ୍ୟାନିଟି ବ୍ୟାଗ୍ ପାଇଁ ଆଶାକର୍ମୀଙ୍କ ଜୀବନ ଗଲା first appeared on Sambad.from ଜିଲ୍ଲା | Sambad https://ift.tt/3kQtYa3
0 Comments