
କୋରାପୁଟ : ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି । କୋରାପୁଟ ବାଇପାସ ପ୍ରକଳ୍ପର ରାସ୍ତାରେ କଣ୍ଟ ସାଜିଛି ଭାରତମାଳା ପରିଯୋଜନା । ଏହି ପରିଯୋଜନା ପାଇଁ ବାଇପାସ ପ୍ରକଳ୍ପ ଆଶା ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି । ପରିଯୋଜନା ଫଳରେ ବାଇପାସ ନିର୍ମାଣ ଭାଗ୍ୟ ପୁଣି ଝୁଲିଛି । କୋରାପୁଟ ଦେଇ ଯାଇଥିବା ଜାତୀୟ ରାଜପଥରେ ବାଇପାସ ରାସ୍ତା ନିର୍ମାଣ କାମ ହୋଇପାରୁନି। ଫଳରେ କୋରାପୁଟବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷାରେ ରହିଥିବାବେଳେ ଏହି ପ୍ରକଳ୍ପ ପାଇଁ ବ୍ୟବସ୍ଥା ହୋଇପାରୁନି। ସର୍ଭେ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ରେଳବାଇ ଠାରୁ ଜମିନେବାକୁ ଯୋଜନା ରହିଥିଲା । ହେଲେ ଚଳିତମାସ କିମ୍ବା ଜାନୁଆରୀ ମାସରୁ ଭାରତମାଳା ପରିଯୋଜନାର କାର୍ଯ୍ୟ ଆରେମ୍ଭ ହେବାକୁ ରହିଥିବାରୁ ଏହି ପ୍ରକଳ୍ପ ହେବ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନି ।
ଅନ୍ୟପକ୍ଷରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ସାଂସଦରେ ଏନେଇ ପ୍ରଶ୍ନ କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ନିତିଗଡକରୀ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଜିଲ୍ଲାପ୍ରଶାସନ ଜମି ଗ୍ରହଣ ନେଇ ବ୍ୟବସ୍ତା ଗ୍ରହଣ କରୁଛି ବୋଲି କହିଥିଲେ । ତେବେ ଜିଲ୍ଲାପ୍ରଶାସନ, ରେଳବାଇ ଓ ଜାତୀୟ ରାଜପଥ ମଧ୍ୟରେ ତାଳମେଳ ରହୁ ନ ଥିବାରୁ ସମସ୍ୟା ବୃଦ୍ଧି ପାଇବା ଆଶା କରାଯାଇଛି । କୋରାପୁଟ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ବଢିବା ପରେ ଏଥିରେ ଏକ ବାଇପାସ ରାସ୍ତା ନିର୍ମାଣ କରିବାକୁ ୨୦୧୭ ମସିହାରେ ନିଷ୍ପତ୍ତି ହୋଇଥିଲା। ରେଳବାଇ ଓଭରବିଜ ପାଖରୁ ଏହି ବାଇପାସ ରାସ୍ତା ବାହାରି ଷ୍ଟାଡିୟମ ପଛ ରାସ୍ତା ଦେଇ କଫି ବୋର୍ଡ ନିକଟରେ ବାହାରିବ ବୋଲି ସ୍ଥିର କରାଯାଇଥିଲା। ହେଲେ ରେଳବାଇ ଜମିରେ ଏହି ରାସ୍ତା ଯିବାରୁ କେଁ ବାହାରିଥିଲା। ରେଳବାଇ ଜମି ଦେବାକୁ ମନା କରିବା ପରେ ପ୍ରକଳ୍ପ ଆଗେଇ ପାରି ନ ଥିଲା। ରେଳମନ୍ତ୍ରୀଙ୍କ ଗସ୍ତ ସମୟରେ ଏନେଇ ଜନସାଧାରଣ ଅଭିଯୋଗ ଦେବା ପରେ ଏହାକୁ ଗୁରୁତ୍ୱର ସହ ନେଇଥିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାପରେ ଜମି ଦେବାକୁ ରେଳବାଇ ରାଜଚି ହୋଇଥିଲା । କିନ୍ତୁ କୋରାପୁଟ ପ୍ରଶାସନ ଓ ଏନଏଚ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଗଲାନି । ନାଁ ବୈଠକକୁ ଆସିଲେ ନା କୋରାପୁଟ ବାଇପାସ ନିର୍ମାଣ ନେଇ କୌଣସି ଫଳ ବାହାରିଲା । ଯେମିଥି ଥିଲା ସେମିତି ସ୍ଥିତିକୁ ପୁଣି ଫେରି ଗଲା ଏହି ପ୍ରକଳ୍ପର ଭାଗ୍ୟ ।
ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ, ଏହି ବାଇପାସ ରାସ୍ତା ପାଇଁ ୮ କୋଟି ଟଙ୍କା ଆସି ଟଙ୍କା ଫେରିଗଲା। କରୋନା ହେତୁ ସର୍ଭେ ହୋଇପାରି ନ ଥିଲ । ସର୍ଭେ ଆରମ୍ଭ ହେବା ପରେ ଅଟକଳ ପ୍ରସ୍ତୁତ କରି ଟଙ୍କା ମଗାଯିବ। ଟଙ୍କା ଆସିଲେ ଯାଇ କାମ ଆରମ୍ଭ ହେବ ବୋଲି କତ୍ତୃପକ୍ଷ କହିଛନ୍ତି। ଏହାସହ ଡିସେମ୍ବର ଓ ଜାନୁଆରୀ ମାସରେ ଭାରତମାଳା ପ୍ରକଳ୍ପ ଆରମ୍ଭ ହେବାକୁ ରହିଛି ବୋଲି ସେ କହିଛନ୍ତି ।
The post କୋରାପୁଟ ବାଇପାସକୁ ଭାରତମାଳା ପରିଯୋଜନା କଣ୍ଟା, ଆଶା ଆଶଙ୍କାରେ ପ୍ରକଳ୍ପର ଭାଗ୍ୟ first appeared on Sambad.
from ଜିଲ୍ଲା | Sambad https://ift.tt/3Gi1LRJ
0 Comments