
ବଲାଙ୍ଗୀର : ବାରବାର ନିର୍ଯାତନା ଦେଉଥିଲେ। ଶେଷରେ ମିଳିମିଶି ମୋର ଭଉଣୀକୁ ହତ୍ୟା କଲେ। ପୁଲିସକୁ ସବୁ ଜଣାଇଛୁ। ହେଲେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ହେବା କଥା ନିଆଯାଉ ନାହିଁ। ଏଭଳି କିଛି ଖପ୍ରାଖୋଲ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣି ବଲାଙ୍ଗୀର ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ପୀଡ଼ିତ ପରିବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଅଭିଯୋଗରୁ ପ୍ରକାଶ ଯେ ବଲାଙ୍ଗୀର ଜିଲ୍ଲା ବେଲପଡ଼ାର କେଶବ ବାରିକଙ୍କ ଭଉଣୀ ଚନ୍ଦ୍ରକାନ୍ତିଙ୍କୁ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗାଁର ଅର୍ଜୁନ ରାଏ ବିବାହ କରିଥିଲେ। ବିଭିନ୍ନ ସମୟରେ ଚନ୍ଦ୍ରକାନ୍ତିଙ୍କୁ ସ୍ୱାମୀ ଓ ଶାଶୂ ଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ। ଶେଷରେ ଯୋଜନାବଦ୍ଧ ଭାବେ ଚନ୍ଦ୍ରକାନ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖପ୍ରାଖୋଲ ଥାନାରେ ଅଭିଯୋଗ କରାଯାଇଥିଲେ ହେଁ ଘଟଣାକୁ ଗୁରୁତ୍ୱର ସହ ସଂପୃକ୍ତ ଥାନା ଅଧିକାରୀ ନେଉନଥିବା ଅଭିଯୋଗ କରିଛନ୍ତି। ଖପ୍ରାଖୋଲ ଥାନା ପୁଲିସ୍ କେବଳ ଏହି ଘଟଣା ନୁହେଁ, ବିଭିନ୍ନ ଘଟଣାରେ ଅଭିଯୁକ୍ତମାନଙ୍କୁ ଫେରାର କରିବାରେ ସହଯୋଗ କରୁଥିବା ଓ ସମ୍ବେଦନଶୀଳ ଘଟଣାରେ ଆଖି ବୁଜିଦେଉଥିବାରୁ ପୀଡ଼ିତ ପରିବାର ସହ ସ୍ଥାନୀୟ ଅଂଚଳର ଲୋକେ ଏସ୍ପି ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି।
The post ଭଉଣୀ ହତ୍ୟାକାରୀକୁ ଧରିବାକୁ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ପୀଡ଼ିତ ପରିବାରର ବିକ୍ଷୋଭ first appeared on Sambad.from ଜିଲ୍ଲା | Sambad https://ift.tt/3EuHYht
0 Comments