
ନୂଆପଡ଼ା: ଆବାସ ଯୋଜନାରେ ଘର ଅସଂପୂର୍ଣ୍ଣ ହୋଇ ୪ ବର୍ଷ ହେଲା ପଡ଼ିରହିଛି। ଏହାକୁ ସଂପୂର୍ଣ୍ଣ କରିବାକୁ ଅସହାୟ ହିତାଧିକାରୀଙ୍କ ପରିବାର ପଞ୍ଚାୟତ, ନୂଆପଡ଼ା ବ୍ଲକ୍, ତହସିଲଦାର ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ମଧ୍ୟ କେହି ଶୁଣି ନଥିଲେ। ଶେଷରେ ହିତାଧିକାରୀ ଦମ୍ପତି ନିଜ ନାତିକୁ ଧରି ଜିଲ୍ଲାପାଳ ଅଫିସ ଆଗରେ ୩୫୩ ନମ୍ବର ଜାତୀୟ ରାଜପଥଙ୍କୁ ଅବରୋଧ କରିଥିଲେ। ପରେ ପ୍ରାଶାସନିକ ଅଧିକାରୀ ପହଞ୍ଚି ହିତାଧିକାରୀଙ୍କ ସହ ଆଲାଚନା କରିଥିଲେ।
ପ୍ରକାଶ ଯେ ନୂଆପଡ଼ା ସଦର ବ୍ଲକ୍ ସାଇପଲା ପଞ୍ଚାୟତ ସାଇପଲା କଲୋନି ପଡ଼ାର ଭାୟାରାମ ସୁନାନୀଙ୍କୁ ୨୦୧୯- ୨୦ରେ ଆବାସ ଯୋଜନାରେ ଏକ ଘର ମିଳିଥିଲା। ପ୍ରଥମ କିସ୍ତି ୨୦ ହଜାର ଟଙ୍କା ମିଳିଥିଲା। ପରେ ଆଉ ମିଳିଲା ନାହିଁ। ସେ ଘର ତିଆରି କରୁଥିବା ଜାଗା ଅନ୍ୟ ଜଣଙ୍କ ନାଁରେ ଥିବା ତାଙ୍କୁ କୁହାଯାଇଥିଲା। ସରକାରୀ ଜମି ଅନ୍ୟଜଣଙ୍କ ନାମରେ କିପରି ହେବ ବୋଲି ସେ କହିଥିଲେ ମଧ୍ୟ କେହି ଶୁଣି ନଥିଲେ। ଶେଷରେ ସୋମବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ଜାତୀୟ ରାଜପଥକୁ ଭାୟାରାମ ସୁନାନୀ, ତାଙ୍କ ସ୍ତ୍ରୀ କାତିବାଇ ସୁନାନୀ, ନାତିକୁ ନେଇ ରାସ୍ତା ଅବରୋଧ କରିଥିଲେ। ଘଣ୍ଟାଏ ପରେ ନୂଆପଡ଼ା ଏସ୍ଡିପିଓ ପ୍ରଶାନ୍ତ ପଟ୍ଟନାୟକ, ତହସିଲଦାର ଦେବେନ୍ଦ୍ର ରାଉତ, ବିଡିଓ ସୁବେଦାର ପ୍ରଧାନ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ବନ୍ଦ ହୋଇଥିଲା।
The post ଅସଂପୂର୍ଣ୍ଣ ଆବାସ ଯୋଜନା ଘର ନିର୍ମାଣ ଦାବିରେ ରାସ୍ତାରୋକ first appeared on Sambad.from ଜିଲ୍ଲା | Sambad https://ift.tt/31EJGOw
0 Comments