
ହରିଚନ୍ଦନପୁର/ପଣ୍ତାପଡ଼ା : କେନ୍ଦୁଝର ଜିଲ୍ଲା ପଣ୍ତାପଡ଼ା ଥାନା ତେନ୍ତଳାପଶି ପଞ୍ଚାୟତ ଧନୁର୍ଜୟପୁର ଉଚ୍ଚବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ (ରାତ୍ର ଜଗୁଆଳ) ନିରଞ୍ଜନ ନାଏକ (୫୬)ଙ୍କୁ ହତ୍ୟା ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ତେନ୍ତଳାପଶି ପଞ୍ଚାୟତ ଖୁଣ୍ଟବନ୍ଧ ଗ୍ରାମର ଭାଗୀରଥି ମହାନ୍ତ, ଭାଗୀରଥିଙ୍କ ପତ୍ନୀ ପଦ୍ମାବତୀ ମହାନ୍ତ, ଭାଇ ଲଳିତ ମହାନ୍ତ, ଭଣଜା ଗୋପୀନାଥପୁର ଗ୍ରାମର ଦିଲୀପ ମହାନ୍ତ ଓ ପଦ୍ମାବତୀଙ୍କ ସମ୍ପର୍କୀୟ ଘଟଗାଁ ଥାନା ଅନ୍ତର୍ଗତ ବଡ଼ନୂଆଗାଁ ଗ୍ରାମର ଅକ୍ଷୟ ବେହେରା। ହତ୍ୟାକାଣ୍ଡ ପରେ ପଦ୍ମାବତୀ ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କୁ ମୟୂରଭଞ୍ଜ ଜିଲ୍ଲା ତାଟୋ ଗ୍ରାମରୁ ତାଙ୍କ ସମ୍ପର୍କୀୟଙ୍କ ଘରୁ ଗିରଫ କରିଛି। ଅନୈତିକ ସମ୍ପର୍କକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଧନୁର୍ଜୟପୁର ଉଚ୍ଚବିଦ୍ୟାଳୟର ରାତ୍ର ଜଗୁଆଳ ନଭେମ୍ବର ୨୮ ତାରିଖ ସନ୍ଧ୍ୟାରେ ସ୍କୁଲ୍କୁ ଯାଇ ଆଉ ଘରକୁ ଫେରି ନଥିଲେ। ଗତକାଲି ଗୋପୀନାଥପୁର ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ତାଙ୍କୁ ହତ୍ୟା କରାଯିବା ପରେ କୂଅରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।
The post ଧନୁର୍ଜୟପୁର ଉଚ୍ଚବିଦ୍ୟାଳୟର ରାତ୍ର ଜଗୁଆଳଙ୍କୁ ହତ୍ୟା ଘଟଣାରେ ୫ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3oqA2by
0 Comments