
ଧଉଳି:ଧଉଳି ଥାନା ସମ୍ମୁଖରେ ରବିବାର ସନ୍ଧ୍ୟାରେ କାର ଧକ୍କାରେ ଜଣେ ଅବସରପ୍ରାପ୍ତ ସେନାଧିକାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନିକଟସ୍ଥ ଗୋପୀନାଥପୁର ପାଟଣାର ଜ୍ଞାନରଞ୍ଜନ ମିଶ୍ର(୫୨)। ଜ୍ଞାନରଞ୍ଜନଙ୍କ ମୁଣ୍ଡ ଏବଂ ଶରୀରରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ଅବସ୍ଥା ସାଂଘାତିକ ହୋଇପଡ଼ିଥିଲା। ଧଉଳି ଥାନା ପୁଲିସ ଜ୍ଞାନରଞ୍ଜନଙ୍କୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ କାର୍କୁ ଜବତ କରିଛି। ଗୋପୀନାଥପୁରପାଟଣା ମୌଜାରେ ଜ୍ଞାନରଞ୍ଜନ ଘରଭଡ଼ା ନେଇ ରହୁଛନ୍ତି। ସବୁଦିନ ଭଳି ଶାନ୍ତିସ୍ତୁପ ନିକଟରୁ ସେ ସାନ୍ଧ୍ୟ ଭ୍ରମଣ ରି ଘରକୁ ଫେରୁଥିଲେ। ହେଲେ ପଛରୁ ତାଙ୍କୁ ଧଉଳି ଛକ ଅଭିମୁଖେ ଯାଉଥିବା ଏକ କାର ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଥିଲା। କାର ଡ୍ରାଇଭରଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଛି।
The post କାର ଧକ୍କାରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3IjY3Jd
0 Comments