
କଣ୍ଟାମାଳ : ଏକ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲ୍ଲା ଦୌରାଜଜ ୨ ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ଶୁଣାଇଛନ୍ତି। ୨ ଜଣଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ ଜେଲ୍ଦଣ୍ଡ ଦେଇଛନ୍ତି।
ସୂଚନାନୁସାରେ ବୌଦ୍ଧ ଜିଲ୍ଲା କଣ୍ଟlମାଳ ଥାନା କୋଡ଼ିବାହାଲ ଗ୍ରାମକୁ ନିଜ ପିଉସୀଙ୍କ ସହ ଭୋଜି ଖାଇବାକୁ ଯାଇଥିବା ଜଣେ ନାବାଳିକାକୁ ଗତ ୨୦୧୮ ମସିହା ଜାନୁଆରି ୨୭ ତାରିଖ ଦିନ କୋଡ଼ିବାହାଲ ଗ୍ରାମର ପରମା ଭୋଇ (୨୨) ଓ ମଗୁଶିର ନାଏକ (୨୫) ମିଶି ନିକଟସ୍ଥ ଜଙ୍ଗଲକୁ ଜୋରଜବରଦସ୍ତ ଉଠାଇନେଇ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ସମୁଦାୟ ୨୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣା ଅଭିଯୁକ୍ତ ପରମା ଭୋଇ ଓ ମଗୁଶିର ନାଏକଙ୍କୁ ୨୦ ବର୍ଷ ଜେଲଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ପରମା ଭୋଇର ମା ବାସନ୍ତୀ ଭୋଇଙ୍କୁ ପ୍ରମାଣ ଅଭାବରୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ପିପି ଧୂରୀଣ ଦେହୁରୀ ପରିଚାଳନା କରିଥିଲେ। ଅଦାଲତଙ୍କ ଏହି ଆଦେଶରେ ପୀଡ଼ିତାଙ୍କ ପରିବାରବର୍ଗ ଉଚିତ ନ୍ୟାୟ ମିଳିଥିବା କହିଛନ୍ତି।
The post ନାବାଳିକା ଦୁଷ୍କର୍ମ ମାମଲା: ୨ ଜଣଙ୍କୁ ୨୦ ବର୍ଷ ଜେଲ୍ first appeared on Sambad.from ଜିଲ୍ଲା | Sambad https://ift.tt/3dpe95T
0 Comments