ଖୋର୍ଦ୍ଧା: ବାତ୍ୟା ଜଓ୍ବାଦ ଓଡିଶାରେ ଲ୍ୟାଣ୍ଡଫଲ କରି ନଥିଲେ ମଧ୍ୟ ଏହାର ପ୍ରଭାବରେ ଗତକାଲି ଠାରୁ ଆଜି ସକାଳ ସୁଦ୍ଧା ଲଗାଣ ବର୍ଷା ଜାରି ରହିଥିଲା। ଏହାର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକର ମୋଟ ୧୭ଟି ପଞ୍ଚାୟତର ବିଭିନ୍ନ ଚାଷ ଜମି ଜଳମଗ୍ନ ହୋଇ ରହିଛି। ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ବହୁ ଚାଷୀଙ୍କ ଅମଳଧାନ ପାଣିରେ ବୁଡି ନଷ୍ଟ ହୋଇଯିବା ନିଶ୍ଚିତ ବୋଲି ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି।

ହଠାତ୍ ଜଓ୍ବାଦ ଆସିବାରୁ ତଥା ମଜୁରୀ ଓ ଲୋକ ଅଭାବରୁ ବିଲରେ ଅମଳ ଅପେକ୍ଷାରେ ଥିବା ପ୍ରାୟ ୯୦ ଭାଗ ଧାନ ଜମିରେ ଧାନ କଟା ହୋଇ ପାରିନଥିବା କୁହାଯାଉଛି। ସରକାର ତୁରନ୍ତ ଉଜୁଡା ଫସଲର ସ୍ଥିତାବସ୍ଥା ଆକଳନ କରି ସରକାରୀ ସହାୟତା ପାଇଁ ଚାଷୀ ମହଲରେ ଦାବି ହେଉଛି।

The post ଜଓ୍ବାଦ ପ୍ରଭାବରେ ବର୍ଷା: ଜମି ଜଳମଗ୍ନ, ଚାଷୀ ଚିନ୍ତିତ first appeared on Sambad.

from ଜିଲ୍ଲା | Sambad https://ift.tt/3orbuPz