
ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧୀନ ସାନଉସ୍ତାପଡ଼ା ପଞ୍ଚାୟତ ରାଣୀପଡ଼ା ଗ୍ରାମର ଜଣେ ନାବାଳକ ରବିବାର ଦିନ ଜଗତା ନାଳରେ ଭାସିଯାଇଛନ୍ତି। ନାବାଳକଜଣକ ହେଉଛନ୍ତି, ଟିଟୁ ନାହାକଙ୍କ ପୁଅ ଆକାଶ (୧୫) ଓ ସେ ଦଶମ ଶ୍ରେଣୀର ଛାତ୍ର।
ରବିବାର ଅପରାହ୍ଣ ପ୍ରାୟ ୩ଟା ବେଳେ ଆକାଶ ତାଙ୍କର ୩ ଜଣ ବନ୍ଧୁଙ୍କ ସହ ନାଳକୁ ଗାଧୋଇବା ଲାଗିଯାଇଥିଲେ। ହେଲେ ଅସାବଧାନତାବଶତଃ ପାଣିର ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ। ସୂଚନା ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ଆକାଶଙ୍କୁ ଠାବ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ପରେ କୋଦଳା ଦମକଳବାହିନୀ ପହଞ୍ଚିଥିଲା। ଖବର ଲେଖାଯିବା ସୁଦ୍ଧା ଆକାଶଙ୍କ ପତ୍ତା ମିଳିପାରିନି। ଓଡ୍ରାଫ୍ ଟିମ୍ର ସହାୟତା ନେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏହି ଘଟଣା ପରେ ଆକାଶଙ୍କ ପରିବାର ଲୋକ ଚିନ୍ତାରେ ଭାଙ୍ଗି ପଡ଼ିଥିବା ବେଳେ କାନ୍ଦବୋବାଳିରେ ଘର ଫାଟିପଡ଼ୁଛି।
The post ପ୍ରଖର ସ୍ରୋତରେ ଭାସିଗଲେ ନାବାଳକ first appeared on Sambad.from ଜିଲ୍ଲା | Sambad https://ift.tt/31o7GGf
0 Comments